ଭୁବନେଶ୍ୱରରେ ହେବ ‘ବିଶ୍ୱ ଦକ୍ଷତା କେନ୍ଦ୍ର’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ବେକାରୀ ସମସ୍ୟା ଦୂର କରିବା ଲାଗି ବିଭିନ୍ନ ସ୍ଥାନରେ ଦକ୍ଷତା ବିକାଶକୁ ଫୋକସ ଦେଇ ଆସୁଛନ୍ତି । ସମ୍ପ୍ରତି ସ୍କିଲଡ୍ ଇନ୍ ଓଡ଼ିଶା ଏକ ଗ୍ଲୋବାଲ୍ ବ୍ରାଣ୍ଡର ପରିଚିତି ଲାଭ କରିଛି । ଏହି କାର୍ଯ୍ୟକ୍ରମରେ ତାଲିମ୍ ନେଉଥିବା ଓଡ଼ିଆ ପିଲାମାନେ ଅନ୍ତର୍ଜାତୀୟସ୍ତରରେ ନିଜର ଦକ୍ଷତା ଓ ନିପୁଣତା ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି । ରାଜ୍ୟ ଅର୍ଥନୈତିକ ପ୍ରଗତି ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶକୁ ପ୍ରାଥମିକତା ଦିଆଯାଉଛି । ଓଡ଼ିଶାରେ ଜାରି ରହିଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଆଗୁଆ ରହିଛି । ତେବେ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବିକଶିତ କରିବା ପାଇଁ ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଏକ ୱାର୍ଲଡ ସ୍କିଲ୍ ସେଣ୍ଟର ନିର୍ମାଣ କରାଯିବ । ସିଙ୍ଗାପୁର ଆଇଟିଇଇଏସ୍ ସହଭାଗିତାରେ ରାଜ୍ୟ ସରକାର ଏଭଳି ଏକ ବିଶାଳ ଦକ୍ଷତା ବିକାଶ କେନ୍ଦ୍ର କରିବାକୁ ଯାଉଛନ୍ତି । ମଙ୍ଗଳବାର ଜଟଣୀସ୍ଥିତ ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ୍‌)ରେ ବଲିଉଡର ପ୍ରଖ୍ୟାତ ଅଭିନେତା ପଦ୍ମଭୂଷଣ କମଲ୍ ହାସନ୍‌ଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ