ଭୂତକୁ ନେଇ କିଛି ଅଜଣା କଥା

ଯେତେ ବଡ଼ ସାହସୀ ଲୋକ ହୁଅନ୍ତୁ ନା କାହିଁକି ଭୂତପ୍ରେତ ନାଁ ଶୁଣିଲେ ମନରେ ଟିକେ ଭୟ ସଞ୍ଚାରିତ ହୁଏ । ଯଦିଓ ଭୂତପ୍ରେତଙ୍କ ଅସ୍ତିତ୍ୱ ନେଇ କୌଣସି ସଠିକ ପ୍ରମାଣ ମିଳିନି, କିନ୍ତୁ ଏ ବିଷୟରେ ନାନା ପ୍ରକାର କଥା ଶୁଣିବାକୁ ମିଳେ । ଲୋକମାନଙ୍କ କଥା ଶୁଣି ଶୁଣି ଭୂତ ବିଷୟରେ ଆମର ଧାରଣା ମଧ୍ୟ ଅଲଗା ହୋଇଯାଇଛି । ଆମେ ଆଜି ଆପଣଙ୍କୁ ଏ ବିଷୟରେ ଏମିତି କିଛି କଥା ଜଣାଇବୁ, ଯାହା ହୁଏତ ଆପଣ ପୂର୍ବରୁ କେବେ ଶୁଣି ନଥିବେ ।
କୁହାଯାଏ ଭୂତମାନେ ରାତିରେ ଦେଖାଯାଆନ୍ତି । କିନ୍ତୁ ଏପରି କାହିଁକି କୁହାଯାଏ, ସେମାନେ କ’ଣ ଦିନରେ ଚାଲୁଥିବା ଗାଡ଼ି ଘୋଡ଼ା ଶବ୍ଦକୁ ଡରି ଆସନ୍ତି ନାହିଁ, ଏମିତି ଅନେକ କଥା ସାଧାରଣ ଲୋକଙ୍କ ମନକୁ ଗ୍ରାସ କରେ ।
କୁହାଯାଏ ରାତିରେ ଭୂତପ୍ରେତଙ୍କ ଶକ୍ତି ଦ୍ୱିଗୁଣିତ ହୋଇଯାଏ । ଅଧିକାଂଶ ଜିନିଷକୁ ସେମାନେ ନିୟନ୍ତ୍ରଣ କରିପାରନ୍ତି । ଏଥିପାଇଁ ରାତିର ନିଚ୍ଛାଟିଆ ସ୍ଥାନରେ ଭୂତମାନେ ଶକ୍ତିଶାଳୀ ହୋଇଯାଆନ୍ତି ବୋଲି ଶୁଣିବାକୁ ମିଳେ ।
ବହୁତ କମ୍ ଲୋକଙ୍କୁ ଭୂତ ଦେଖାଯାଏ ବୋଲି ଶୁଣିବାକୁ ମିଳେ । କୁହାଯାଏ ଯାହାର ‘ମନ’ ଦୁର୍ବଳ ହୋଇଥାଏ ସେମାନଙ୍କୁ ଅଧିକ ଭୂତ ଦେଖାଯାଆନ୍ତି ।
ଏକ ଗବେଷଣାରୁ ଜଣାପଡିଛି ଯେ ଛୋଟ ପିଲାମାନଙ୍କୁ ଓ ପଶୁମାନଙ୍କୁ ଅଧିକ ଭୂତ ଦେଖାଯାଆନ୍ତି । ଏଥିପାଇଁ ପିଲାମାନେ ଭୂତ ନାଁ ଶୁଣିଲେ ଡରନ୍ତି ।
ଆତ୍ମାର କୌଣସି ନିର୍ଦ୍ଦିଷ୍ଟ ରୂପ କିମ୍ବା ଆକାର ନଥାଏ ।
ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନି ମଧ୍ୟ ଭୂତ ପ୍ରେତ ସମ୍ବନ୍ଧରେ ଗବେଷଣା କରିଥିଲେ । ତାଙ୍କ ମତରେ ଶକ୍ତି କେବେ ସରେନା, କେବଳ ଶରୀର ବଦଳିଯାଏ ।
ଆପଣ ଜାଣିଛନ୍ତି କି ମାଊଣ୍ଟଏଭେରେଷ୍ଟରେ ୨୦୦ ରୁ ଅଧିକ ମୃତ ଶରୀର ପଡିରହିଛି ।
ଚୀନର କାର୍ଯ୍ୟରତ କର୍ମଚାରୀଙ୍କୁ ଅଧିକ ଭୂତ ଦେଖାଯାଆନ୍ତି । ଏମାନଙ୍କ ମଧ୍ୟରୁ ୮୭ ପ୍ରତିଶତ ଲୋକେ ଭୂତ ଥିବା ସ୍ୱୀକାର ମଧ୍ୟ କରନ୍ତି । ଚୀନର ଲୋକ ଭୂତକୁ ଦେଖିବା ସହିତ ଅନୁଭବ କରିଛନ୍ତି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ