ମଠମହନ୍ତଙ୍କ ପରଲୋକ : ଭଗବତ ପ୍ରେମୀ କଲେ ଶେଷକୃତ୍ୟ
ନିମାପଡା ,(ସନ୍ତୋଷ ଦାଶ ) ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ମାୟାଧରବାବା ମଠ ର ମହନ୍ତ ବାବା ବlଳମୁକୁନ୍ଦ ଦାସ ଙ୍କ ର ଆଜି ପ୍ରାତଃ ରେ ପରଲୋକ ଘଟିଥିଲା l ବାବା ତୁଳସୀପୁର ଗ୍ରାମ ର ମନୋଜ ଦାଶ ଙ୍କ ଗୃହ ରେ ଅବସ୍ଥାନ କରୁଥିବାବେଳେ ଆଜି ପ୍ରାତଃ ରେ ହଠାତ ମୃତ୍ୟୁବରଣ କରିଥିଲେ l ଏହି କଥା ପ୍ରଚାର ହେବା ପରେ ବାବା ଙ୍କ ଅନୁଗାମୀ, ଭକ୍ତ, ଶୁଭେଛୁ, ଭଗବତ ପ୍ରେମୀ ମାନେ ମନୋଜ ଙ୍କ ଘରେ ପହଂଚି ତାଙ୍କ ଶେଷ ଦର୍ଶନ କରିଥିଲେ l ବାବା ଙ୍କ ପୂର୍ବ ନିର୍ଦେଶ ଅନୁସାରେ ମନୋଜ ଙ୍କ ପରିବାର ଓ ଭଗବତପ୍ରେମୀ ମାନେ ବାବା ଙ୍କ ମର ଶରୀର କୁ ଏକ ଶୋଭାଯାତ୍ରା ରେ ତୁଳସୀବାଟିକା ଶ୍ମଶlନ କୁ ନେଇ ଶେଷକୃତ୍ୟ ସମ୍ପନ୍ନ କରିବା ସହିତ ପୁରୀ ଯାଇ ତାଙ୍କ ଚିତାଭସ୍ମ କୁ ମହୋଦଧି ରେ ବିସର୍ଜନ କରିଥିଲେ l ବାବା ଙ୍କ ଶିଷ୍ୟ ମନୋଜ ଦାଶ ତାଙ୍କୁ ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ପରିବାର ଲୋକମାନେ ଶ୍ମଶlନ କୁ ଯାଇ ତାଙ୍କ ଶେଷ ଦର୍ଶନ କରିଥିଲେ l ତାଙ୍କ ମୃତ୍ୟୁ ରେ ତୁଳସୀପୁର, ଯୋଗେଶ୍ୱରପୁର, ନାଗପୁର ପ୍ରଭୁତି ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି l


