ଷଷ୍ଠ ଦିନରେ ଶ୍ରମିକଙ୍କ ଧାରଣା ଜାରି: ଗୋପାଳପୁର ପୋର୍ଟ ଅଚଳ, ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା

ଛତ୍ରପୁର, (ଦେବଦତ୍ତ ମହାରଣା): ଗୋପାଳପୁର ପୋର୍ଟ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷର ଉଷ୍ଣତା ବଢିବାରେ ଲାଗିଛି। ପୂର୍ବରୁ ୱାଗନ୍ ଲୋଡିଙ୍ଗ ଶ୍ରମିକ ମାନେ ନର୍ଥ ସାଇଡ୍ ଲୋଡିଙ୍ଗ ପଏଣ୍ଟରେ କାମ କରି ଆସୁଥିଲେ। ପରେ ପୋର୍ଟ ସାଉଥ ସାଇଡ୍ ନିଜର ଏକ ସ୍ବତନ୍ତ୍ର ନୁତନ ଲୋଡିଙ୍ଗ ପଏଣ୍ଟ ଆରମ୍ଭ କରିଥିଲା ଏହାପରେ ସେଠାରେ ମାଲ ବୋଝଇ ଟ୍ରେନ୍ ଲାଗିବା ଆରମ୍ଭ ହୋଇଥିଲା ଏବଂ ଉକ୍ତ ସ୍ଥାନରେ ଯେବେ ୱାଗନ୍ ଲୋଡିଙ୍ଗ ଶ୍ରମିକମାନଙ୍କୁ କାମ କରିବା ପାଇଁ ବାରଣ କରାଗଲା । କିନ୍ତୁ ଶ୍ରମିକ ମାନେ ସାଉଥ ସାଇଡ୍ ଲୋଡିଙ୍ଗ ପଏଣ୍ଟରେ କାମ କରିବା ପାଇଁ ଜିଦରେ ରହିଥିବା ବେଳେ। ବର୍ତ୍ତମାନ ଶ୍ରମିକ ମାନେ ମଧ୍ୟ ନିଜ ଦାବି ନେଇ ଜିଦରେ ଅଟଳ । ଏଣୁ ସାଉଥ ସାଇଡ୍ ଲୋଡିଙ୍ଗ ପଏଣ୍ଟରେ କାମ କରିବା ପାଇଁ ତିନି ଶ୍ରମିକ ସଂଗଠନର ଶ୍ରମିକ ମାନେ ସମସ୍ତ କାମ ବନ୍ଦ କରି ପୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଦୀର୍ଘ ୬ ଦିନ ହେଲା ଧାରଣାରେ ବସିଛନ୍ତି। ପୂର୍ବରୁ ଗତ ଜୁଲାଇ ୧୬ ରୁ ଆରମ୍ଭ ହୋଇଥିଲା କିନ୍ତୁ ଶ୍ରମିକମାନେ ପ୍ରଶାସନର ଅନୁରୋଧ କ୍ରମେ ଧାରଣାକୁ ସ୍ଥଗିତ ରଖିଥିଲେ। କିନ୍ତୁ କୈାଣସି ସୁଫଳ ନ ମିଳିବାରୁ ପୁଣି ଆନ୍ଦୋଳନକୁ ଫେରିଛନ୍ତି। ଧାରଣା ସ୍ଥଳରେ ଗୋପାଳପୁର ପୋର୍ଟ ଡକ୍ ୱାର୍କସ ୟୁନିୟନ ପକ୍ଷରୁ ଜି. ଜଗନ୍ନାଥ, ଜି. ଡାଲେୟା , ଏସ କ୍ରିଷ୍ଣା, ଗୋପାଳପୁର ପୋର୍ଟ ମଜଦୁର ୟୁନିୟନର କେ. ଏଲେୟା, ପି. ରାମବାବୁ ଗୋପାଳପୁର ପୋର୍ଟ କର୍ମଚାରି ସଂଘ ପକ୍ଷରୁ ଏ. ଭେଙ୍କେଟ୍ , ଏମ. କାନକା ଓ ଜି. ମାଲେସୁ ପ୍ରମୁଖ ଉପସ୍ଥିତ ଥିଲେ। ମେନେଜମେଣ୍ଟ ଦାବି ନ ମାନିବା ପର୍ଯ୍ୟନ୍ତ ଗେଟ ସମ୍ମୁଖରେ ଧାରଣା ଅବ୍ୟାହତ ରହିବ ବୋଲି ତିନି ୟୁନିୟନ ପକ୍ଷରୁ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ