ମଣିଷ ପରି ଦିଶୁଥିବା କୁକୁର ‘ନୋରୀ’

ମଣିଷ ପରି ଦିଶୁଥିବା ନୋରୀ ନାମ୍ନୀ କୁକୁରଟି ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍ ହେବାରେ ଲାଗିଛି । ନୋରୀର ଆଖି ଓ ହସ ଅବିକଳ ମଣିଷଙ୍କ ଆଖି ଓ ହସ ପରି । ଫଟୋଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ କେତେ ଲୋକ ଏହାକୁ ଫଟୋ ଏଡିଟିଂର କମାଲ ବୋଲି ଭାବୁଛନ୍ତି । ନୋରୀର ମାଲିକ କେଭିନ୍ ହର୍ଲେସ୍ ଓ ଟିଫାନି ତା’ର ଫଟୋଟିକୁ ସୋସିଆଲ୍ ମିଡିଆରେ ଅପ୍‌ଲୋଡ୍ କରିବା ପରେ ନୋରୀ ଭାଇରାଲ୍ ହେବାରେ ଲାଗିଛି । ଏହି ଦମ୍ପତି କୁହନ୍ତି ଯେ ସେ ନୋରୀକୁ ନେଇ ଯେବେ ବି ବାହାରକୁ ଯାଆନ୍ତି କେହି ନା କେହି ତାଙ୍କୁ ଏପରି କଥା ନିଶ୍ଚୟ କହିଥାନ୍ତି । ଦମ୍ପତିଙ୍କ କହିବା ମୁତାବକ ସେ ଛୁଆ ଥିବାବେଳେ ମଣିଷ ମୁହଁ ସହ ଆହୁରି ଭଲ କରି ମିଶିଯାଉଥିଲା । ବଡ଼ ହେବା ପରେ ଧୀରେ ଧୀରେ ଆକୃତି ବଦଳିଛି । ମାତ୍ର ଏବେ ବି କିଛି ମାତ୍ରାରେ ନୋରୀ ମଣିଷ ପରି ଦିଶୁଛି । ନୋରୀ ବନ୍ଧୁ ବନାଇବାକୁ ଖୁବ୍ ଭଲପାଏ । ପାଖରେ ଯେଉଁ କୁକୁରକୁ ଦେଖେ ସେ ଯାଇ ତାହା ସହ ମିଶିଯାଏ । ନୋରୀର ନିଜର ଏକ ବ୍ୟକ୍ତିଗତ ଇନ୍‌ଷ୍ଟା ଆକାଉଣ୍ଟ୍ ଅଛି । ଲୋକମାନେ ତାକୁ ଖୁବ୍ ପସନ୍ଦ କରୁଛନ୍ତି ବୋଲି ତା’ର ମାଲିକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ