ମତଦାନରେ ସାମିଲ ହେଲେ ଦିଲ୍ଲୀର ସବୁଠାରୁ ଅଧିକ ବୟସ୍କା ମହିଳା
ନୂଆଦିଲ୍ଲୀ- ଶନିବାର ସକାଳ ୮ ଟାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହି ନିର୍ବାଚନରେ ଅନେକ ଯୁବ ଭୋଟର ସାମିଲ ହୋଇଛନ୍ତି । ତେବେ ଗ୍ରେଟର କୈଳାଶର ଚିତ୍ତରଞ୍ଜନ ପାର୍କ ନିକଟରେ ଥିବା ଏସ୍ଡିଏମ୍ସି ପ୍ରାଇମେରୀ ସ୍କୁଲରେ ୧୧୦ ବର୍ଷୀୟା କାଲିତରା ମଣ୍ଡଳ ଭୋଟ ଦେଇଛନ୍ତି। ସେ ଦିଲ୍ଲୀର ସବୁଠାରୁ ଅଧିକ ବୟସର ଭୋଟର ଭାବେ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି।


