ମୁମ୍ବାଇ ଏକ ଆପାର୍ଟମେଣ୍ଟରେ ଲାଗିଲା ନିଆଁ
ମୁମ୍ବାଇ :- ଶନିବାର ନବୀ ମୁମ୍ବଇର ସେକ୍ଟର ୪୪ ନେରୁଲ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ପ୍ରାୟ ୬ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ୟ୍ୟରେ ନିୟୋଜିତ ରହିଛନ୍ତି। ଏଥିରେ କେହି ମୃତାହତ ହୋଇଥିବା ନେଇ ଏଯାବତ ସୂଚନା ମିଳିପାରି ନଥିବା ବେଳେ ଅଗ୍ନିକାଣ୍ଡର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ସୂଚନା ଯୋଗ୍ୟ, ଠାଣେ ନଗର ନିଗମ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପାମ ରୋଡ଼ ସ୍ଥିତ ଉକ୍ତ ଅଟ୍ଟାଳିକାର ୨୦ ମହଲାରେ ସକାଳ ପ୍ରାୟ ସାଢେ ୬ଟାରେ ନିଆଁ ଲାଗି ଯାଇଥିଲା। ନିଆଁ କ୍ରମଶଃ ୨୦ ମହଲାର ଆପାର୍ଟମେଣ୍ଟ ବ୍ୟତୀତ ଉପର ମହଲାକୁ ମଧ୍ୟ ବ୍ୟାପି ଯାଇଥିଲା ।


