ମଦ୍ରାସାରେ ଗୋମାତାଙ୍କ ସେବା

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳକୁ ଲାଗି ରହିଥିବା ତୁମଡା ଗାଁରେ ଗଢ଼ିଉଠିଥିବା ଦାରୁଲ ଉଲୁମ ହୁସେନିୟା ମଦ୍ରାସା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଏଠାରେ ମୁସଲମାନ ପିଲାମାନେ କେବଳ ପାଠ ପଢୁନାହାଁନ୍ତି ବରଂ ସେଠାରେ ଥିବା ଏକ ଗୋଶାଳାରେ ଗୋମାତାଙ୍କ ସେବା କରୁଛନ୍ତି । ଏହି ମଦ୍ରାସାରେ ପ୍ରାୟ ୨ଶହ ଛାତ୍ର ପାଠ ପଢୁଥିବାବେଳେ ସେମାନଙ୍କୁ ଇସ୍‌ଲାମିକ ଶିକ୍ଷା ସହ ଆଧୁନିକ ଯେପରିକି ହିନ୍ଦୀ ଓ ଇଂଲିଶ ମଧ୍ୟ ଶିକ୍ଷା ଦିଆଯାଇଥାଏ । କେବଳ ସେତିକି ନୁହେଁ, ପିଲାମାନଙ୍କୁ ଦେଶଭକ୍ତି ମଧ୍ୟ ଶିକ୍ଷା ଦିଆଯାଇଥାଏ । ସକାଳେ ମଦ୍ରାସାରେ ଶିକ୍ଷା ଦିଆଯାଇଥାଏ । ଏହା ପରେ ପିଲାମାନଙ୍କୁ ପାଳିକରି ଗୋଶାଳା ପଠାଯାଇଥାଏ । ଗୋମାତାଙ୍କୁ ଗାଧୋଇ ଦେବାଠାରୁ ଆରମ୍ଭ କରି ଘାସ ଖାଇବାକୁ ଦେବା ପର୍ଯ୍ୟନ୍ତ ପିଲାମାନେ ସବୁ କାମ କରନ୍ତି । ଆଉ ଗାଈଙ୍କଠାରୁ ମିଳୁଥବା କ୍ଷୀରକୁ ପିଲାମାନଙ୍କୁ ପିଇବାକୁ ଦିଆଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ