ଖାଦ୍ୟ ଖାଇବା ପରେ ପେଟରେ ଯନ୍ତ୍ରଣା ହେଉଥିଲେ…

କିଛି ଲୋକଙ୍କର ଖାଇସାରିବା ପରେ ପେଟ କାଟେ । ଗ୍ୟାସ୍ କିମ୍ବା ବଦହଜମି ଯୋଗୁ ଏପରି ସମସ୍ୟା ଦେଖାଦେଇଥାଏ । ତେବେ ଖାଇବା ପରେ ପେଟରେ ଯନ୍ତ୍ରଣାକୁ ଆଦୌ ହାଲୁକା ଭାବେ ନେବା ଉଚିତ୍ ନୁହେଁ । କାରଣ ଏହା ଅନ୍ୟ କିଛି ରୋଗ ଆଡ଼କୁ ମଧ୍ୟ ଇସାରା ଦେଇଥାଏ, ଯାହା ବହୁତ କମ୍ ଲୋକଙ୍କୁ ଜଣା । ତା’ହେଲେ ଆସନ୍ତୁ ଜାଣିବା, ଖାଇବା ପରେ ପେଟ କାଟିବାର ବା ପେଟରେ ଯନ୍ତ୍ରଣା ହେବାର ଆଉ କିଛି କାରଣ ସମ୍ପର୍କରେ ।
୧. ଶରୀରରେ ଏନ୍‌ଜାଇମ୍ କମ୍ ହେଲେ, ଖାଦ୍ୟ ଠିକ୍‌ରେ ହଜମ ହୋଇ ନ ଥାଏ । ତେଣୁ ଖାଇବା ପରେ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଏହାକୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ବୋଲି କୁହାଯାଏ । ଏଥିଯୋଗୁ କୋଷ୍ଠକାଠିନ୍ୟ ଓ ଗ୍ୟାସ୍ ଆଦି ସମସ୍ୟା ଉତ୍ପନ୍ନ ହୋଇଥାଏ ।
୨. ଦୁଗ୍ଧ ଜାତୀୟ ଖାଦ୍ୟ ଓ ମସଲା ଜାତୀୟ ଖାଦ୍ୟକୁ ଶରୀର ସ୍ୱୀକାର ନ କଲେ ଫୁଡ୍ ଆଲର୍ଜି ହୋଇଥାଏ । ଏଥିପାଇଁ ମଧ୍ୟ ପେଟରେ ଯନ୍ତ୍ରଣା ହୋଇଥାଏ ।
୩. ବେସନ, ଜଅ, ସୁଜି ଓ ଗହମ ଆଦି ଖାଦ୍ୟ ପଦାର୍ଥରେ ଗ୍ଲୁଟେନ୍ ନାମରେ ଏକ ପ୍ରୋଟିନ୍ ଥାଏ । ଯଦି ଏହା ହଜମ ନ ହେଲା, ତା’ହେଲେ ପାକସ୍ଥଳୀ ପ୍ରଭାବିତ ହୋଇଥାଏ । ଏହାକୁ “କୋଇଲିଏକ୍ ଡିଜିଜ୍‌’ ବୋଲି ମଧ୍ୟ କୁହାଯାଏ । ଏହି ରୋଗ ହେଲେ ଖାଦ୍ୟ ହଜମ ହେବାରେ ସମସ୍ୟା ସୃଷ୍ଟି ହୋଇଥାଏ ଓ ପେଟ କାଟେ ।
୪. ଯଦି କାହାର କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ତାହା ହେଲେ ଖାଇସାରିବା ପରେ ପେଟ କାଟିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ