ମଧୁବାବୁ ଙ୍କୁ ଶ୍ରଦ୍ଧାଞ୍ଜଳି ସହ ଜଳଛତ୍ରର ଶୁଭାରମ୍ଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶିବମ ଶିକ୍ଷାନୁଷ୍ଠାନ, ଜନସେବକ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଲକ୍ଷ୍ମୀସାଗର କେନାଲ ରୋଡ଼ ଠାରେ ଉତ୍କଳ ଦିବସ ଅବସରରେ ତୃଷାର୍ତ୍ତ ପଥିକ ମାନଙ୍କ ପାଇଁ ଜଳଛତ୍ର ର ଶୁଭ ଉଦଘାଟନ ହୋଇଛି. ପବିତ୍ର ଉତ୍କଳ ଦିବସ ଅବସରରେ ଉତ୍କଳ ଗୌରବ, ମହାନ ବ୍ୟକ୍ତିତ୍ୱ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ମୁଖ୍ୟ ଅତିଥି ଜନ ସେବକ ଫାଉଣ୍ଡେସନ ର ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ, ମୁଖ୍ୟବକ୍ତା ଉତ୍କଳ ବୁଲେଟିନ ର ସମ୍ପାଦକ ଅରବିନ୍ଦ ତ୍ରିପାଠୀ ଯୋଗ ଦେବା ସହିତ ଉତ୍କଳ ଦିବସ ର ମହତ୍ତ୍ୱ, ଅନୁଚିନ୍ତା ସହିତ ଜଳଛତ୍ର ପରି ନିଆରା ସମାଜସେବା କୁ ଭୁୟସୀ ପ୍ରଶଂସା କରିଥିଲେ.ରାଜଧାନୀରେ ଏହା ଏକ ନିଆରା ଓ ପ୍ରମୁଖ ଜଳ ଦାନ ସେବା, ଯାହାକି ପ୍ରତିବର୍ଷ ମଧୁବାବୁ ଓ ଅନ୍ୟ ମହା ପୁରୁଷ ଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ ସହ ଉକ୍ତ କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ହେଲା କରି ଆସୁଛି. ସୁମିତ୍ରା ସାମନ୍ତରାୟ ଙ୍କ ସଂଯୋଜନା ଓ ଅନୁଷ୍ଠାନ ର ନିର୍ଦ୍ଧେଶକ ମଦନ ମୋହନ ପାଢ଼ୀ ଙ୍କ ପୌରହିତ୍ୟ ରେ ଏହି ଜଳସେବା ଆୟୋଜିତ ହେବା ସହିତ ପ୍ରଚଣ୍ଡ ରୌଦ୍ର ତାପ ରୁ ପଥିକ ମାନେ କିଛି ପରିମାଣରେ ଉପକୃତ ହୋଇ ପାରିବେ ବୋଲି ମତ ବ୍ୟକ୍ତ କରା ଯାଇଥିଲା. ଉକ୍ତ କାର୍ଯ୍ୟକ୍ରମ କୁ ଶିବମ ଅନୁଷ୍ଠାନ ର ସମସ୍ତ ବିଦ୍ୟାର୍ଥୀ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରି ଥିଲେ ଅନୁଷ୍ଠାନ ର ଅଧ୍ୟକ୍ଷା ଶଶୀରେଖା ସାହୁ.


