ମଧୁବୈଶ୍ୟ ସମାଜ ବାର୍ଷିକ ସମ୍ମିଳନୀ ପ୍ରସ୍ତୁତି ଚୂଡ଼ାନ୍ତ
ବାଲେଶ୍ୱର, (ସରୋଜ ପଣ୍ଡା):ମଧୁବୈଶ୍ୟ (ଗୁଡ଼ିଆ) ସମାଜର ଜିଲ୍ଲାସ୍ତରୀୟ ସମ୍ମିଳନୀ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏନେଇ ବାରବାଟୀ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ବିଶ୍ୱନାଥ ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୮ ତାରିଖରେ ସ୍ଥାନୀୟ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ହେବାକୁ ଯାଉଥିବା ଏହି ସମ୍ମଳନୀକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବାର୍ଷିକ ସମ୍ମିଳନୀ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ହେବାକୁ ଯାଉଥିବା ଚିତ୍ରାଙ୍କନ, ରଙ୍ଗୋଲି, କୁଇଜ୍, ନାଚ, ଗୀତ ଇତ୍ୟାଦି ପ୍ରତିଯୋଗିତାକୁ ସୁଚାରୁରୂପେ ପରିଚାଳନା ଉପରେ ବୈଠକରେ ଉପସ୍ଥିତ କର୍ମକର୍ତ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ସମ୍ମିଳନୀରେ ରାଜ୍ୟସ୍ତରୀୟ ସଂଘ କର୍ମକର୍ତ୍ତାମାନେ ଯୋଗ ଦେବା ସଙ୍ଗେସଙ୍ଗେ ସ୍ଥାନୀୟ ଲୋକ ପ୍ରତିନିଧିମାନେ ମଧ୍ୟ ଅତିଥି ଆସନ ଗ୍ରହଣ କରିବାର ସିଦ୍ଧାନ୍ତ ନିଆଯାଇଛି । ପୂର୍ବାହ୍ନ ୮ଟାରୁ ସନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି ।


