ମନୋରଞ୍ଜନ ପାଣିଗ୍ରାହୀ ହେଲେ ମୁଖ୍ୟ ଆୟକର କମିଶନର

ଭୁୁବନେଶ୍ୱର, (ୱାଇଏନ୍‌ଏସ୍‌): ଆୟକର ବିଭାଗରେ ଗତକାଲି ୩୬ ଜଣ ପ୍ରଧାନ ଆୟକର କମିଶନରଙ୍କୁ ପଦୋନ୍ନତି ଦିଆଯାଇଛି । ପଦୋନ୍ନତି ପରେ ସେମାନେ ମୁଖ୍ୟ ଆୟକର କମିଶନର ଭାବେ କାର୍ଯ୍ୟନିର୍ବାହ କରିବେ । ଏଥି ମଧ୍ୟରେ ୪ ଜଣ ଓଡ଼ିଆ ଅଫିସର ଅନ୍ତର୍ଭୁକ୍ତ । ସେମାନେ ହେଲେ ମନୋରଞ୍ଜନ ପାଣିଗ୍ରାହୀ, ବିଜୟାନନ୍ଦ ପୃଷେଠ୍‌, ଦେବେନ୍ଦ୍ର ନାରାୟଣ କର ଏବଂ ସୀମାଚଳ ଦାଶ । ମନୋରଞ୍ଜନ ପାଣିଗ୍ରାହୀ ବର୍ତମାନ କଟକରେ ପ୍ରଧାନ ଆୟକର କମିଶନର ଭାବରେ ଅବସ୍ଥାପିତ । ପାଣିଗ୍ରାହୀ ଆୟକର ବିଭାଗର ପ୍ରାୟ ସମସ୍ତ କ୍ଷେତ୍ରରେ ସୁଚାରୁ ରୂପେ କାର୍ଯ୍ୟ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଓଡ଼ିଶା ସରକାରଙ୍କର ସଂସ୍କୃତି, ସୂଚନା ଓ ଲୋକସଂପର୍କ ବିଭାଗର ଶାସନ ସଚିବ ଥିଲେ । ତାଙ୍କର ପାଂଚବର୍ଷ ଅବଧି ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି । ଶ୍ରୀ ବିଜୟାନନ୍ଦ ପୃଷେଠ୍ ବର୍ତମାନ ସମ୍ବଲପୁରର ପ୍ରଧାନ ଆୟକର କମିଶନର । ଏହା ପୂର୍ବରୁ ସେ କଟକରେ ଅବସ୍ଥାପିତ ଥିଲେ । ଓଡ଼ିଶା ବାହାରେ ମଧ୍ୟ ସେ ଦକ୍ଷତାର ସହ ଅନେକ ବର୍ଷ କାର୍ଯ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ