ମନ୍ତ୍ରୀଙ୍କ ଦ୍ଵାରା ସହରାଞ୍ଚଳ ସିସି କ୍ୟାମେରା ଓ ପୋଲିସ ସହାୟକ କେନ୍ଦ୍ର ଉଦଘାଟିତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ବୁଗୁଡା ଏନଏସିରେ ସହରାଞ୍ଚଳ ସିସି କ୍ୟାମେରା ଓ କରସିଙ୍ଗିରେ ପୋଲିସ ସହାୟକ କେନ୍ଦ୍ରକୁ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ ଇଏସଆଇ ବିଭାଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଜାନୁଆରୀ ୬ ତାରିଖ ଦିନ ଉଦଘାଟନ କରିଛନ୍ତି। ବୁଗୁଡା ଏନଏସିର ବିଭିନ୍ନ ସ୍ଥାନ ଓ ବିଭିନ୍ନ ପ୍ରବେଶ ରାସ୍ତାରେ ୨୫ ଗୋଟି ସିସି କ୍ୟାମେରା ଲଗାଯାଇଥିବା ବେଳେ କଣ୍ଟ୍ରୋଲ ରୁମକୁ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ଉଦଘାଟନ କରିଥିଲେ। ସେହିପରି ବୁଗୁଡା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମରେ ନୂତନ ପୋଲିସ ସହାୟକ କେନ୍ଦ୍ର ଗୃହକୁ ମଧ୍ୟ ମନ୍ତ୍ରୀ ଶ୍ରୀ ସାହୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆଇ.ଜି. ସତ୍ୟବ୍ରତ ଭୋଇ ଏବଂ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ପୋଲିସ ଜିଲ୍ଲା ଏସ.ପି. ବ୍ରିଜେଶ କୁମାର ରାୟ, ଭଞ୍ଜନଗର ଏସ.ଡି.ପି.ଓ. ଶୁଭ୍ରାଂଶୁ ଶେଖର ମିଶ୍ର, ଓ ବୁଗୁଡା ପୋଲିସ ଥାନା ଆଇ.ଆଇ.ସି. ଚିତ୍ତରଞ୍ଜନ ବେହେରା ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, କରସିଙ୍ଗି ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ବିଶ୍ୱାଳ, ସମିତି ସଭ୍ୟ ଚିକୁ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ