ମନ୍ତ୍ରୀଙ୍କ ବିବାଦୀୟ ବୟାନ
ଭୋପାଳ : ମଧ୍ୟପ୍ରଦେଶର ଆଇନ ମନ୍ତ୍ରୀ ପି.ସି ଶର୍ମା ଆଜି ଅଭିନେତ୍ରୀ ତଥା ଲୋକସଭା ସାଂସଦ ହେମା ମାଳିନୀଙ୍କ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚିତ ହୋଇପଡ଼ିଛନ୍ତି । ମନ୍ତ୍ରୀ ଶ୍ରୀ ଶର୍ମା ରାଜ୍ୟର ଖରାପ ଅବସ୍ଥାରେ ଥିବା ରାସ୍ତାକୁ ବିଜେପିର ସାଧାରଣ ସଚିବ କୈଳାସ ବିଜୟବର୍ଗୀୟଙ୍କ ସହ ତୁଳନା କରିଛନ୍ତି । ସେ କହିଛନ୍ତି ଭୋପାଳର ରାସ୍ତାର ଅବସ୍ଥା ଏବେ କୈଳାସଙ୍କ ଗାଲ ପରି ଥିବା ବେଳେ ଖୁବ ଶୀଘ୍ର ଏହା ହେମା ମାଳିନୀଙ୍କ ଗାଲ ପରି ହେବ । ରାସ୍ତାର ଖରାପ ଅବସ୍ଥା ପାଇଁ ସେ ଚିନ୍ତା ବି ପ୍ରକଟ କରିଛନ୍ତି । ହେମା ମାଳିନୀଙ୍କୁ ନେଇ ଏପରି ମନ୍ତବ୍ୟ ଦେବାରେ ଶର୍ମା ପ୍ରଥମ ନୁହନ୍ତି । ପୂର୍ବରୁ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏଭଳି ମନ୍ତବ୍ୟ ଦେଇଥିଲେ । ୨୦୦୭ ନିର୍ବାଚନ ପ୍ରଚାର ସମୟରେ ସେ ରାସ୍ତାକୁ ହେମା ମାଳିନୀଙ୍କ ଗାଲ ପରି ଚିକ୍କଣ କରିଦେବେ ବୋଲି କହିଥିଲେ ।


