ମନ୍ତ୍ରୀ ଦେଉଛନ୍ତି ନବୀନ ମନ୍ତ୍ର

ନିମାପଡ଼ା, (ସନ୍ତୋଷ ଦାଶ): ଆସନ୍ତା ୨୦୨୪ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ବିଜେଡି ଏବେ ଠାରୁ ରୋଡ ମ୍ୟାପ ପ୍ରସ୍ତୁତ କରି ତାର ଅଭିଯାନ ଆରମ୍ଭ କରିଛି। ପୁରୀ ଜିଲ୍ଲା କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ରାଜ୍ୟ ଯୁବ, କ୍ରୀଡା, ଆଇ .ଟି , ଓ ଗୃହ ବିଭାଗ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ତାଙ୍କ ଟିମ୍ ଏବେ ଅସ୍ତରଙ୍ଗ ବ୍ଲକର ୧୫ ପଞ୍ଚାୟତରେ ମାରାଥନ କର୍ମୀ ବୈଠକ କରିବା ଆରମ୍ଭ କରିଛନ୍ତି । ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରକ୍ଷା କରି ଦଳୀୟ ସଙ୍ଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ଲକ୍ଷ୍ୟରେ ବିଜେଡି ଏବେ ଠାରୁ କସରତ ଆରମ୍ଭ କରି ଦେଇଛି।ଗାଁ ଗାଁ ରେ ବୈଠକ କରି ମନ୍ତ୍ରୀ ଶ୍ରୀ ବେହେରା ଓ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ନାୟକ ଯୋଗ ଦେଉଛନ୍ତି। ନେତା, କର୍ମୀ,ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଦୁଇ ଜିଲ୍ଲା ପରିଷଦ ସଭ୍ୟା, ଯୁବଜନତା ଓ ଛାତ୍ର ଜନତା କର୍ମକର୍ତ୍ତା ମାନଙ୍କୁ ନେଇ ପ୍ରମୁଖ ପଞ୍ଚାୟତରେ ବୈଠକ କରାଯାଉଛି। ନବୀନଙ୍କ ୨୫ ବର୍ଷ ଶାସନ କାଳରେ ଜନ୍ମ ଠାରୁ ମୃତ୍ୟୁ ,ମମତା ଯୋଜନାରେ ଗର୍ଭବତୀଙ୍କ ଠାରୁ ନିର୍ମାଣ ଶ୍ରମିକ, ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା ଠାରୁ ଅଙ୍ଗନବାଡି ପର୍ଯ୍ୟନ୍ତ କୋମଳମତି ଶିଶୁ ମାନଙ୍କ ବୌଦ୍ଧିକ ବିକାଶ ପାଇଁ ଯେତେ ସବୁ ଜନହିତକାରୀ ଯୋଜନା ସମ୍ପର୍କରେ ପ୍ରତ୍ୟେକଙ୍କ ଘରେ ପହଞ୍ଚାଇବା ପାଇଁ ବିଜେଡି କର୍ମୀ ମାନଙ୍କୁ ନେତା ମାନେ ପରାମର୍ଶ ଦେଉଛନ୍ତି। ବିଭିନ୍ନ ଯୋଜନାରେ ଗ୍ରାମର ବିକାଶ, ଅସ୍ତରଙ୍ଗ ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ପାନୀୟ ଜଳ ପ୍ରକଳ୍ପ ପାଇଁ ଆର୍ଥିକ ମଞ୍ଜୁରୀ, ସ୍ମାର୍ଟ ବିଦ୍ୟାଳୟ ଯୋଜନାରେ ବିଦ୍ୟାଳୟ ନବୀକରଣ,ସ୍କୁଲ କଲେଜର ଭିତ୍ତିଭୂମର ବିକାଶ,ମୋ ପାର୍କ ନିର୍ମାଣ, ପଞ୍ଚାୟତ ଭବନ ନିର୍ମାଣ, ମହିଳା ମହାସଙ୍ଘ ଗୃହ ନିର୍ମାଣ,ପ୍ରମୁଖ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ସ୍ୱଚ୍ଛ ଶାସନ ର କାର୍ଯ୍ୟ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଉଛନ୍ତି। ଏତଦ ବ୍ୟତୀତ ବିଧବା, ବାର୍ଦ୍ଧକ୍ୟ ଭତ୍ତା, ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା, ବିଜୁ ପକ୍କା ଗୃହ, ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ କାମ, ଅଙ୍ଗନବାଡି ପକ୍କା ଗୃହ ନିର୍ମାଣ, ଆଦର୍ଶ ଅଙ୍ଗନବାଡି, ପ୍ରମୁଖ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଉଛି।ସରିପୁର,ଛୁରିଅନା, ଝାଡ଼ଲିଙ୍ଗ, କେନ୍ଦ୍ରାପଟି, ଶିଶୁଅ ପ୍ରଭୁତି ପଞ୍ଚାୟତ ଗୁଡିକରେ ହଜାର ହଜାର କର୍ମୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଖୁବ୍ ଶିଘ୍ରଅସ୍ତରଙ୍ଗ,ତାଳଦା, ନଈଗୁଆଁ , ଆଳଙ୍ଗପୁର, ଆଳସାହି, ନଗର,ପାଟଳଦା,ମାଣ୍ଡୁକି,ନୂଆଗଡ, କୋରଣା ପଞ୍ଚାୟତରେ ବୈଠକ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସଭାପତି କେଦାର ନାଥ ବିଶ୍ଵାଳ, ବିଜୁ ଯୁବ ଜନତା ସଭାପତି ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସ୍ଵାଇଁ, ବନିତା ବେହେରା, ବରିଷ୍ଠ ନେତା ପଞ୍ଚାନନ ସ୍ଵାଇଁ, କୁଞ୍ଜ ବିହାରୀ ପ୍ରଧାନ,ପୁରନ୍ଦର ମହାନ୍ତି, ପ୍ରଫୁଲ୍ଲ କୁମାର ସ୍ୱାଇଁ, ଋତୁରାଜ ରାଉତ, ପୁରନ୍ଦର ବିଶ୍ଵାଳ, ମଙ୍ଗୁଳି ପ୍ରଧାନ, ତରୁଣ ନାୟକ,ନିର୍ମଳ ମଲ୍ଲ,ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ,ସମିତି ସଭ୍ୟା ଆରତୀ କାଣ୍ଡି ସରପଞ୍ଚ ବୃନ୍ଦାବନ ନାୟକ, କ୍ଷୀରୋଦ କାଣ୍ଡି,, ଜ୍ୟୋଷ୍ଣା ରାଣୀ ପରିଡା,ପ୍ରମୁଖ ଏହି ମାରାଥନ ବୈଠକ ରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ