ମନ୍ଦିରରେ ଲାଗି ହୁଏ କେବଳ ପିଆଜ ଭୋଗ

ଭାରତର ବିଭିନ୍ନ ଅଞ୍ଚଳରେ ରହିଛି ଭିନ୍ନ ଭିନ୍ନ ପରମ୍ପରା । ରାଜସ୍ଥାନ ଚୁରୁ ଜିଲ୍ଲା ସାଦୁଲପୁର ସ୍ଥିତ ଦଦରୱୋ ଧାମରେ ଠାକୁରଙ୍କ ପାଖରେ ଭୋଗ ଭାବେ କେବଳ ପିଆଜ ଲାଗି ହୋଇଥାଏ । ମନ୍ଦିରରେ ଏହି ପରମ୍ପରା ଅତି ପ୍ରାଚୀନ କାଳରୁ ଚଳିଆସିଛି । ପ୍ରତିଦିନ ଏଠାରେ ପ୍ରାୟ ୧୦ କ୍ୱିଣ୍ଟାଲରୁ ଅଧିକ ପିଆଜ ଜମା ହୋଇଥାଏ । ମାନସିକ ପୂରଣ ହେଲେ ଏଠାରେ ପୂଜା ପାଉଥିବା ଗୋଗାଜୀ ଏବଂ ଗୋରେଖନାଥଙ୍କ ପାଖରେ ଶ୍ରଦ୍ଧାଳୁ ପିଆଜ ଭୋଗ ଲାଗି କରନ୍ତି । ପ୍ରତିବର୍ଷ ରକ୍ଷାବନ୍ଧନ ପର ଦିନଠାରୁ ଏଠାରେ ଏକ ମାସ ବ୍ୟାପି ମେଳା ଆୟୋଜିତ ହୋଇଥାଏ । ମନ୍ଦିରରେ ଶୁକ୍ଳ ଓ କୃଷ୍ଣ ପକ୍ଷ ଷଷ୍ଠୀ, ସପ୍ତମୀ, ଅଷ୍ଟମୀରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ