ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଙ୍କୁ ପ୍ରଦୀପ ପ୍ରଜ୍ୱଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଙ୍କୁ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ବାସି ଙ୍କ କଲ୍ୟାଣ ନିମନ୍ତେ ପ୍ରଦୀପ ପ୍ରଜ୍ୱଳନ କରାଯିବା ସହିତ ବମିଖାଲ ସ୍ଥିତ ମନ୍ଦିରରେ ଭଜନ କୀର୍ତ୍ତନ ର ଆୟୋଜନ କରାଯାଇଥିଲା. ଅଯୋଧ୍ୟା ରେ ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ସହିତ ସମସ୍ତେ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ଅରବିନ୍ଦ ତ୍ରିପାଠୀ, ସମ୍ପାଦିକା ସମିତା ମହାରଣା, ସାମାଜିକ କର୍ମୀ ସୀତାଂଶୁ ମହାରଣା ଉପସ୍ଥିତ ଶ୍ରଦ୍ଧାଳୁ ଙ୍କୁ କହିଥିଲେ.


