କେରାଣ୍ଡିତୋଳାରେ ରାମଲାଲା ପ୍ରତିଷ୍ଠା ଉତ୍ସବ ଅବସରରେ ଆଧ୍ଯାତ୍ମିକ ପରିବେଶ।

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : କେରାଣ୍ଡିତୋଳା ନାରାୟଣ ପୁର ଗ୍ରାମରେ ଅଯୋଧ୍ଯା ଠାରେ ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଅବସରରେ ଆଧ୍ଯାତ୍ମିକ ମାହଲ ସୃଷ୍ଟି କରାଯାଇଥିଲା।ଗ୍ରାମର ଯୁବ ଗୋଷ୍ଠିଙ୍କ ଉଦମ୍ଯ କ୍ରମେ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ଠାରେ ନାମ ସଂକିର୍ତ୍ତନ,ରାଧାକୃଷ୍ଣ ମନ୍ଦିର ଠାରେ ହନୁମାନ ଚାଳିଶା ଏବଂ ହନୁମାନ ମୂର୍ତ୍ତିଠାରେ ଭଜନ ସମାରୋହ ଆୟୋଜିତ ହୋଇଥିଲା।ବରିଷ୍ଠ ନାନାଗରିକ ମଞ୍ଚର ସଂପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଂଯୋଜନାରେ ଚନ୍ଦ୍ରଶେଖର ଯୁବକ ସଂଘର ସଭାପତି ସରୋଜ କୁମାର ପ୍ରଧାନ,ପ୍ରଶାନ୍ତ କୁମାର ପ୍ରଧାନ,ଦିବାକର ବେହେରା,କାମରାଜୁ ପ୍ରଧାନ,ଲବ ପ୍ରଧାନ ସୁରେନ୍ଦ୍ର ପ୍ରଧାନ, ମହାବୀର ସଂଘର ପିଙ୍କୁ ପାଣିଗ୍ରାହୀ,ପ୍ରଭଞ୍ଜନ ପାଣିଗ୍ରାହୀ,ସୁଧାକର ମହାନ୍ତି,ଅଶ୍ବିନି କୁମାର ସାହୁ, କୁନା ପ୍ରଧାନ ଏବଂ ସଂକିର୍ତନ ଦଳର ଜୁରିଆ ପ୍ରଧାନ,ଭଗବାନ ସାହୁ,ବିଶ୍ବନାଥ ମହାନ୍ତି ପ୍ରମୁଖ ରାମ ,ହନୁମାନ ଭଜନ ଓ ଚାଳିଷା ପରିବେଷଣ କରି ଗ୍ରାମବାସୀଙ୍କ ମଧ୍ଯରେ ଆଧ୍ଯାତ୍ମିକ ସଚେତନତା ସୃଷ୍ଟି କରିଥଲେ।ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା ଦିବସରେ ଯୁବ ଗୋଷ୍ଠିର ଆଧ୍ଯାତ୍ମିକ ସଚେତନତା ସୃଷ୍ଟି କରିବା ପ୍ରୟାସକୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା,ଅବସର ପ୍ରାପ୍ତ ଶିକ୍ଷକ କୋରା ମହାରଣା,ବରିଷ୍ଠ ନାଗରିକ ମଞ୍ଚ ସଭାପତି ନରହରି ପ୍ରଧାନ ପ୍ରମୁଖ ପ୍ରଶଂସା କରି ଉତ୍ସାହିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ