ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମକୁ ମ୍ୟାଲେରିଆ ଓ ଡେଙ୍ଗୁ ରୋଗ ମୁକ୍ତ ଜିଲ୍ଲା ଭାବେ ପରିଣତ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ବ୍ରହ୍ମପୁର ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।ଏହି ମାରାତ୍ମକ ରୋଗର ଦାଉରୁ କିଭଳି ସାଧାରଣ ଲୋକେ ନିସ୍ତାର ପାଇବେ ସେ ନେଇ ଜିଲ୍ଲାରେ ଆରମ୍ଭ ହୋଇଛି ଦୀର୍ଘସ୍ଥାୟୀ କୀଟନାଶକ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିବ୍ଲକ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ସାରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୁରୁବାର ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା।ବଡ଼ଖଣ୍ଡି ପଞ୍ଚାୟତ ସମରଝୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ମନୀଷା ପଣ୍ଡାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ମୁଖ୍ୟ ଅତିଥି ରୂପେ ହିଞ୍ଜିଳି ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ବଡ଼ଖଣ୍ଡି ସରପଞ୍ଚ କେ ଦୁର୍ଗା ପ୍ରସାଦ ରାଓ ତହସିଲଦାର ପ୍ରଭାତ କୁମାର ପରିଡା,ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ,ଜିଲ୍ଲା ଭେକ୍ଟର ବର୍ଣ ରୋଗ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାଢୀ, ପରାମର୍ଶ ଦାତା ସୁଜିତ କାର୍ଜି, ଜିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ତ୍ରିନାଥ ପାଢ଼ୀ ,ସିଡିପିଓ ଶୁଭଶ୍ରୀ ପାତ୍ର ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରତାପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଜିଲ୍ଲାରୁ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ମାରାତ୍ମକ ରୋଗର ନିରାକରଣ ପାଇଁ ସମ୍ପ୍ରତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ।ଏଣୁପ୍ରତି ପରିବାର ସଚେତନ ହୋଇ ଏହି ଦୀର୍ଘସ୍ଥାୟୀ କୀଟନାଶକ ମଶାରୀକୁ ବ୍ୟବହାର କରିବା ସହିତ ଏହି ମାରାତ୍ମକ ରୋଗର ନିରାକରଣ ସକାଶେ ଅତିଥିମାନେ ପରାମର୍ଶ ଦେଇଥିଲେ।ପରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ପ୍ରତି ପରିବାର ସଦସ୍ୟଙ୍କ ହିସାବ ଅନୁଯାୟୀ ୫୦୦ ଟି ମଶାରୀ ବଣ୍ଟନ କରା ଯାଇଥିଲା।କାର୍ଯ୍ୟକ୍ରମ ବେଳେ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ବ୍ଲକ ପ୍ରୋଗମ ମ୍ୟାନେଜର ଶଶାଙ୍କ ଶେଖର ପଣ୍ଡା, ସ୍ୱାସ୍ଥ୍ୟ ପରିଦର୍ଶକ ବନ ବିହାରୀ ନାୟକ ଓ ନରସିଂହ ବେହେରା, ଆଶା, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ