‘ଚାଏ ପେ ଚର୍ଚ୍ଚା’ରେ ଲୋକଙ୍କ ସମସ୍ୟା ଶୁଣିଲା ବିଜେପି

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ପ୍ରଧାନମନ୍ତ୍ରୀଙ୍କ ପ୍ରିୟ କାର୍ଯ୍ୟକ୍ରମ ଚାଏ ପେ ଚର୍ଚ୍ଚାକୁ ଆଗେଇ ନେବା ପାଇଁ ଉଦ୍ୟମ ଆରମ୍ବ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ବ୍ରହ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତି । ବ୍ରହ୍ମପୁର ସହରର ବିଭିନ୍ନ ୱାର୍ଡ ସ୍ତରରେ ଭ୍ରମଣ କରି ଲୋକଙ୍କ ସମସ୍ୟା ପଚାରିବୁଝିବା ସହ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି ବିଜେପି ନେତା କାହ୍ନୁ । ଗତ ୩ ଦିନ ଧରି ବ୍ରହ୍ମପୁର ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ବ ହୋଇଥିବା ବେଳେ ଆଜି ଚତୁର୍ଥ ଦିନରେ ଗୋଷାଣୀଣୂଆଗାଁ ମଣ୍ଡଳର ବିଜିପୁର ଛକରେ ଏକ ଚା ଖଟିରେ ଯୋଗ ଦେଇ ଦଳୀୟ କର୍ମୀଙ୍କ ସହ ବାର୍ତାଳାପ କରି ଲୋକଙ୍କ ସମସ୍ୟା ପଚାରିବୁଝିଥିଲେ । ଏଥିସହ ବହୁ ମାତ୍ରାରେ ସ୍ଥାନୀୟ ଜନସାଧାରଣ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ଥାନୀୟ ଅଂଚଳର ସମସ୍ୟା ନେଇ ବିଜେପି ନେତାଙ୍କୁ ଜଣାଇଥିଲେ । ଲୋକଙ୍କ ନିକଟତର ହେବା ସହ ସ୍ଥାନୀୟ ଅଂଚଳରେ ଥିବା ସମସ୍ୟାକୁ କିଭଳି ଭାବେ ସମାଧାନ କରାଯିବ ସେନେଇ ବ୍ରହ୍ମପୁର ବିଜେପି ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପତି ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ । ଆଜି ଆୟୋଜିତ ଏହି ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ନମିତା ପଣ୍ଡା,ସୁନିଲ ପାତ୍ର(ଦିପୁ),ବିଜୟ ସାହୁ,ହରିହର ମହାପାତ୍ର,ଗାୟତ୍ରୀ,ପ୍ରଫୁଲ୍ଲ କୁମାର ଭୂୟାଁ,ପଙ୍କଜ ନାୟକ,ସଞ୍ଜୟ ଚୌଧୂରୀ,ସଞ୍ଜୟ ବିଷୟୀ,କୋକୋ ମୁନି,ରାମ ମହାରଣା,ଶିବାଶିଷ ରାଓ,ଟୁକୁନି ନାୟକ,କେଦାର ନାଥ ଦଳେଇ,ପ୍ରକାଶ ରାଓ,ସନ୍ଦେଶ ଦାଶ,ଅନିଲ ରାଓ,ମାଧବ,ପ୍ରଭାତ ଷଡଙ୍ଗୀ,ବିଜୟ କୁମାର ପଣ୍ଡା,ପ୍ରଦୀପ ମିଶ୍ର,ଭାବଗ୍ରାହୀ ପାଳ,ବିନାୟକ ରଥ,ଟୁଙ୍ଗୁରୁ ପାତ୍ର,କିରଣ ସାହୁ,କମୋଳ ପାତ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ସ୍ଥାନୀୟ ଅଂଚଳବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ