ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ନିକିରାଇସ୍ଥିତ ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପାର୍ଥସାରଥି ବେହେରାଙ୍କ ତତ୍ୱାବଧାନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଏବଂ ଜୋତା ପ୍ରଦାନ କରାଯାଇଛି । ଏହି ଉତ୍ସବରେ ମୁଖୟ ଅତିଥି ଭାବେ ନିକିରାଇ ପଞ୍ଚାୟତର ସରପଞ୍ଚ ଅପର୍ଣ୍ଣା ଉଡାନସିଂ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିବା ସହ ବିଦ୍ୟାଳୟର କିପରି ସର୍ବାଙ୍ଗିନ ଉନ୍ନତି କରାଯିବ ଏବଂ ଖାଲି ଥିବା ଶିକ୍ଷକ ପଦ ପୁରଣ କରାଯିବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ହେମନ୍ତ କୁମାର ମଲିକ, ଟୁକୁନି ଚରଣ ମଲିକ, ବାବୁନି ମଲିକ, ଏସ.କେ.ଗୟାସୁଦ୍ଦିନ, ସୁଷମା ମଲିକ, ମମତା ମହାରଣା, ଅନ୍ନପୂର୍ଣ୍ଣା ସେଠୀ, ସୁଶାନ୍ତି ରଣା, ସୁଧାକର ଜେନା, ଯାହାନାରି ବିବି, ଜୟନ୍ତୀ ଜେନା, ପ୍ରଶାନ୍ତ ରାଉତ, ଦୀପକ କୁମାର ରାଉତ, ଦୀପକ କୁମାର ସାହୁ, ପ୍ରଭାବତୀ ପଣ୍ଡା, ଜୟନ୍ତ କୁମାର ମଲିକ, କବିତା ସାହୁ, ଅନିଦିତା ମହାନ୍ତି, ପ୍ରମିଳା ଖୁଣ୍ଟିଆ, ନିର୍ଝରିଣୀ ପଣ୍ଡା, ଚାନ୍ଦିନୀ ଷଣ୍ଢ, ଲିଜାରାଣୀ ମଲିକ, ଦାମୋଦର ସାହୁ, ବୈଲୋଚନ ସାମଲ, ସ୍ନେହମଞ୍ଜରୀ ସାମଲ, ପ୍ରମୋଦ କିଶୋର ରାଉତ, ଗିରିଶ ଚନ୍ଦ୍ର ଜେନା, ବାସୁଦେବ ମଲିକ, ରଞ୍ଜନ କୁମାର ମଲିକଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଅନିନ୍ଦିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ