ମହିଳାଙ୍କ ଲାଳଗ୍ରନ୍ଥିରୁ ବାହାରିଲା ୫୩ ପଥର
ବେଳେବେଳେ ଡାକ୍ତରଙ୍କ ନିକଟକୁ ଏମିତି କିଛି ଅଜବ ରୋଗୀ ଆସିଥାନ୍ତି, ଯାହାଙ୍କ ରୋଗ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥାଆନ୍ତିି । ଏମିତି କିଛି ଦେଖିବାକୁ ମିଳିଛି ଇରାକରେ । ୬୬ ବର୍ଷୀୟା ଜନୈକା ମହିଳାଙ୍କ ରୋଗ ଡାକ୍ତରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ମହିଳା ଯେତେବେଳେ ଖାଦ୍ୟ ଖାଉଥିଲେ ତାଙ୍କ ଗାଲ ଶୁଷ୍କ ହୋଇଯାଉଥିଲା । ଏନେଇ ସେ ଡାକ୍ତରଙ୍କ ପାଖକୁ ଗଲେ । ପରୀକ୍ଷା ପରେ ଯାହା ଜଣାପଡ଼ିଲା ସେଥିରେ ସେ ଆଶ୍ଚର୍ଯ୍ୟ ହୋଇଗଲେ ।
ମହିଳାଙ୍କ ପାରୋଟିଡ୍ ଗ୍ଲାଣ୍ଡ ଅର୍ଥାତ୍ ଲାଳଗ୍ରନ୍ଥିରେ ପଥର ଥିଲା । ତେବେ ଗୋଟିଏ କି ଦୁଇଟି ନୁହେଁ, ୫୩ଟି ପଥର ରହିଥିଲା । ଏହି କାରଣରୁ ସେ ଯାହା ଖାଉଥିଲେ ତାଙ୍କ ଗାଲ ଶୁଷ୍କ ହୋଇଯାଉଥିଲା । ତେବେ ତାଙ୍କ ମୁହଁରେ ବିନା କୌଣସି ଦାଗରେ ଅପରେଶନ କରାଯାଇ ପଥର କାଢ଼ିବାକୁ ସେ ଚାହୁଁଥିଲେ । ଶେଷରେ ସେଇଆ ହେଲା । ବିନା ଦାଗରେ ମହିଳାଙ୍କ ମୁହଁର ଅପରେଶନ କରାଯାଇ ୫୩ଟି ପଥର ବାହାର କରାଗଲା । ଅପରେଶନ କରିଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ଘଟଣା ପ୍ରଥମ । ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମର ଅସ୍ତ୍ରୋପଚାର ପରେ ସମସ୍ତ ପଥରକୁ ତାଙ୍କ ମୁହଁରୁ ବାହାର କରାଯାଇଛି ।


