ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଙ୍କ ବଦଳି ଆଦେଶ କୁ ପ୍ରତ୍ୟାହାର କରିବା ଦାବି

ଛତ୍ରପୁର, (ଦେବଦତ୍ତ ମହାରଣା) : ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ (ଏମ ପି ଏଚ ଡବ୍ଲୁ -ଫିମେଏଲ ) ପ୍ରିୟଦର୍ଶିନୀ ପାଢୀ ଙ୍କ ବଦଳି ଆଦେଶ କୁ ପ୍ରତ୍ୟାହାର କରିବା ଦାବି ନେଇ ମଙ୍ଗଳବାର ଦିନ ରଙ୍ଗିପୁର ଏବଂ ହଳଦିଆପଦର ଗ୍ରାମ ପଂଚାୟତ ଅଧିନସ୍ଥ ଗ୍ରାମ ଗୁଡିକ ରେ କାର୍ଯ୍ୟରତ ଥିବା ଆଶାକର୍ମୀ ମାନେ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି l କେଲୁଆପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରଙ୍ଗିପୁର ସବ କେନ୍ଦ୍ର ରେ ଦୀର୍ଘଦିନ ଧରି ଉତ୍ତମ ରୂପେ କାର୍ଯ୍ୟ ସମ୍ପାଦନ କରି ଅଛୁ l ଏହି କେନ୍ଦ୍ରରେ ଶ୍ରୀମତୀ ପାଢୀଙ୍କ ସହଯୋଗ ରେ ନିରନ୍ତର ସ୍ୱାସ୍ଥ୍ୟ ସେବା ଆମ୍ଭ ମାନଙ୍କୁ ପ୍ରେରଣା ଦାୟୀ ଏବଂ ଉତ୍ସାହକର ଅଟେ l କିନ୍ତୁ ଦୁଃଖ ଓ ପରିତାପର ବିଷୟ କିଛି ଦିନ ଧରି ସ୍ଥାନୀୟ ଅଂଚଳ ର କିଛି କୁଚକ୍ରୀ ବ୍ୟକ୍ତି ବିଶେଷ କରି ନିଜର ସ୍ୱାର୍ଥ ସାଧନ ନିମନ୍ତେ ଶ୍ରୀମତୀ ପାଢୀ ଙ୍କୁ ଅନ୍ୟତ୍ର ବଦଳି କରିବା ରେ ସମର୍ଥ ହୋଇଛନ୍ତି l ଆମ୍ଭ ମାନଙ୍କ ର ନିରାପତ୍ତା ଏବଂ ସହଯୋଗ ତଥା ଆବଶ୍ୟକ ପରାମର୍ଶ ନିମନ୍ତେ ଶ୍ରୀମତୀ ପାଢୀଙ୍କ ଅନ୍ୟତ୍ର ବଦଳି କୁ ଗ୍ରହଣ କରିପାରୁନାହୁଁ l ସମସ୍ତ ଜନସାଧାରଣ ଏବଂ ଆଶା କର୍ମୀ ମାନଙ୍କ ସ୍ୱାର୍ଥ ସାଧନ ନିମନ୍ତେ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ପ୍ରିୟଦର୍ଶନି ପାଢୀଙ୍କୁ ଅନ୍ୟତ୍ର ବଦଳି ନକରି ପୁନଃ ଅବସ୍ଥାପିତ କରିବା ନିମନ୍ତେ ଆଶା କର୍ମୀ ମାନେ ଏକ ସ୍ମାରକ ପତ୍ର ଗଞ୍ଜାମ ଜିଲ୍ଲାପାଳ ଉଦେଶ୍ୟରେ ପ୍ରଦାନ କରିଛନ୍ତି l ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଆଶାକର୍ମୀ ରଶ୍ମିତା ହୋତା,ଗାୟତ୍ରୀ ପ୍ରଧାନ,କାମିନୀ ବସ୍ତିଆ,ଏ. ମୋହିନୀ ଦେବି,କବିତା ବେହେରା ଙ୍କ ସମେତ ବହୁ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ