ମହିଳା ସମିତିର ସଦସ୍ୟା ମାନଙ୍କୁ କରୋନା ସଚେତନତା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ଭାଇରସ ବର୍ତ୍ତମାନ ଓଡିଶା ରେ କାୟା ବିସ୍ତାର କରିବାକୁ ଲାଗିଲାଣି।ବର୍ତ୍ତମାନ କିଛି ଦିନ ମଧ୍ୟରେ ସଂକ୍ରମଣ ର ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହି ପରିପ୍ରକ୍ଷିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଛତୁଆ ଉତ୍ପାଦନ କେନ୍ଦ୍ରରେ କାର୍ଯ୍ୟରତ ମହାଶକ୍ତି ନାରୀ ଜାଗରଣ ମହିଳା ସମିତିର ୧୮ଜଣ ସଦସ୍ୟା ମାନଙ୍କୁ ସ୍ବେଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ତରଫରୁ ସାନିଟାଇଜ କିଟ (ଗ୍ଲୋବସ, ସାବୁନ, ହ୍ୟାଣ୍ଡ ୱାସ, ମାସ୍କ ଓ ସାନିଟାଇଜର) ବଣ୍ଟନ କରାଯାଇଥିଲା l ଏଥିରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନସ୍ବିନୀ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ, ସିଡିପିଓ ଅନିତା ଦାସ, ପ୍ରୋଗ୍ରାମ ଅଫିସର ଏସ.ଗାୟତ୍ରୀ, କନ୍ଧମାଳ ଚାଇଲଡ ଲାଇନର ନିର୍ଦ୍ଧେଶକ ତଥା ବନବାସୀ ସେବା ସମିତି ର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସାମାଜିକ ଦୂରତା ଅଵଲମ୍ବନ କରି ସଦା ସର୍ବଦା ସଫାସୁତରା ରହିବା, ହାତ ଧୋଇବା ସାମାଜିକ ଦୂରତା ବଜାଇ ରଖିବା ଭଳି ବିଭିନ୍ନ ସରକାରୀ ନିର୍ଦେଶନାମା ପାଳନ କରିବା ପାଇଁ ସଚେତନ କରିଥିଲେ l ମହିଳା ସମିତି ର ସଭାପତି ଅମ୍ବିକା ମହାରଣା, ସମ୍ପାଦିକା ଅଞ୍ଜଳି ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ