ମହୁରୀ କାଳୁଆ ମନ୍ଦିର ଉନ୍ନୟନ କମିଟିର ନୂତନ କାର୍ଯ୍ୟକାରୀ କମିଟି ଗଠିତ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) : ଓଡିଶାର ଅନ୍ୟତମ ଶକ୍ତିପୀଠ ତଥା ବ୍ରହମପୁର ଉପକଣ୍ଠସ୍ଥ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବନ୍ତପଲ୍ଲୀ ପଞ୍ଚାୟତ ସ୍ଥିତ ମା ମହୁରୀ କାଳୁଆ ମନ୍ଦିର ଉନ୍ନୟନ କମିଟିର ନୂତନ କାର୍ଯ୍ୟକାରୀ କମିଟି ଗଠିତ ହୋଇଯାଇଛି । କୁକୁଡାଖଣ୍ଡି ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ମହୁରୀ କାଳୁଆ ମନ୍ଦିର ପରିଚାଳନା କମିଟିର ପୁର୍ବତନ ସଭାପତି କାଶୀନାଥ ବିଷୋୟୀ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ କମିଟିରର ସମସ୍ତ ସଦସ୍ୟ ଉପସ୍ଥ୍ିତ ଥିଲେ । ପୁରାତନମନ୍ଦିରର ପୁନଃ ନିର୍ମାଣ କରି ଅଞ୍ଚଳକୁ ସୁନ୍ଦର ପର୍ପ ୍ୟଟନ ସ୍ଥଳୀ କରାଯିବାପାଇଁ ସରକାର ଓ ଶ୍ରଦ୍ଧାଳୁ ଙ୍କ ସହେଯାଗ ନିଆଯିବା ପାଇଁ ଏଠାରେ ଆଲୋଚନା କରାଯାଇଥିଲା । ମା ମହୁରୀ କାଳୁଆ ମନ୍ଦିର ବହୁ ପୁରାତନ ଶକ୍ତି ପୀଠ ହୋଇଥିଲେ ମଧ୍ୟ ଏଥି ପ୍ରତି ସରକାରଙ୍କ ଶୁଭ ଦୃଷ୍ଟି ପଡିନଥିବାବେଳେ ଅଞ୍ଚଳର ବିକାଶ ପାଇଁ ବହୁବାର ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ସେଥିରୁ କୌଣସି ସୁଫଳ ମିାଳିପାରି ନାହିଁ । ଏଥିପ୍ରତି ଦୃଷ୍ଟି ଦେବା ସହ ମନ୍ଦିରର ଭିତ୍ତି ଭୁମିର ବିକାଶ କରିବା ସହ ଅଞ୍ଚଳକୁ ଏକ ପର୍ଯ୍ୟଟନ ସ୍ଥଳୀ ରୁପେ ପରିଗଣିତ କରିବା ପାଇଁ ସାମୁହିକ ପଦ୍କ୍ଷେପ ନେବାପାଇଁ ଏଠାରେ ନିଷ୍ପତ୍ତି ନିଆଯାଇଥିଲା । ନୂତନ କମିଟିରେ କାର୍ଯ୍ୟକାରି ସଭାପତି ଭାବେ ଜଗନ୍ନାଥ ରାଉତଙ୍କୁ ମନୋନୀତ କରାଯାଇଥିବା ବୋଳେ ଉପସଭାପତି ଭାବେ ସୁବାସ ଚନ୍ଦ୍ର ପଲାଇ ଓ ପ୍ରଦୀପ କୁମାର ବିଷୋୟୀ ରହିଛନ୍ତି । ସେହିପରି କୋଷାରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ ଧ୍ୟକ୍ଷ ଭାବେ କାମେଶ୍ୱର ବିଶ୍ୱାଳ, ସାଧାରଣ ସଂପାଦକ ଭାବେ ନାରାୟଣ ବିଷୋୟୀ, ସଂପାଦକ ଭାବେ ଅନନ୍ଦ ପଟ୍ଟନାୟକ , ଯୁଗ୍ମ ସଂପାଦକ ପ୍ରଶାନ୍ତ ଗୌଡ. , ଆଇନ ଉପଦେଷ୍ଟା ଭାବେ ଗୋଲକ ସାବତ ପ୍ରମୁଖ ମନୋନୀତ ହୋଇଥିବାବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ କୃଷ୍ମ କେସବ ପ୍ରଧାନ, ଇଶ୍ୱର ଚନ୍ଦ୍ର ସେଠୀ, ରମେଶ ଚନ୍ଦ୍ର ସେଠୀ, ଅରୁଣ କୁମାର ସାମଲ, ସୁବାସ ଚନ୍ଦ୍ର ପାତ୍ର, ରାଜିବ ପାତ୍ର, ଗନ୍ତେଇ ସ୍ୱାଇଁ, ପ୍ରଫୁଲ୍ଲ ଗୌଡ, ନେତାଜୀ ସାବତ,ଗଣେଷ , ଉଲା ଗୌଡ, ଗିରିଶ ସାହୁ, ପ୍ରଭାକର ବିଷୋୟୀ, ଜିତେନ୍ଦ୍ର କୁମାର ପାତ୍ର, ରଞ୍ଜନ ସ୍ବାଇଁ, ସନ୍ତୋଷ ତ୍ରିପାଟୀ, କେ. ନାରାୟଣ ରାଓ ପ୍ରମୁଖଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।


