ମହୁରୀ ଯୋଗାଉଛି ଆହାର

ଭବାନୀପାଟଣା, (ଓ୍ବାଇଏନ୍ଏସ୍):ଏନ୍ଏନ୍ଏସ୍ ମହୁରୀ ନୁହେଁ ସେ ପେଟପାଟଣାର ଏକ ରାହା। ତା ପାଇଁ ପରିବାର କୁ ମିଳେ ତୁଣ୍ଡ ରେ ଦାନା।ଲାଗେ ଚୁଲିରେ ନିଆଁ। ଗରିବ ର ଅନ୍ଧ ଲଉଡି ସେ,ଆଦ୍ୟ ଦେବତା ଓ ପ୍ରତିପୋଷଣ ଦିଗଦର୍ଶକ।ତେବେ ଏହି ଆଦ୍ୟ କଳା ପୂର୍ବଜ ସମ୍ପତି ର ଏକ ପରିଭାଷା।ସେହି କଳା ଆଜି ବୃତ୍ତି ପାଲଟିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ର କ୍ଷେତ୍ର ଖମାରି କ୍ଷେତ୍ରରେ । ପରିବାର ମୁହଁ ରେ ଆହାର ଯୋଗାଡ଼ ପାଇଁ ସକାଳ ପାହିଲେ ଚାଲି ଯାଏ ,ଏଗାଁ ରୁ ସେ ଗାଁ।ଘର ଘର ବୁଲି ଦ୍ୱାର ମୁହଁରେ ଏହି ମଙ୍ଗଳ ମହୁରୀ ବଜାଇ ଲୋକଙ୍କୁ ଭିକ୍ଷା ମାଗେ।ଯାହା ମିଳେ ସେଥୁରୁ ପରିବାର ଚଳେ।ତେବେ ଏଇଠି ପ୍ରଶ୍ନ ଉଠେ।ଆଦ୍ୟ କଳା ମଙ୍ଗଳ ମହୁରୀ ର ସମାଜ ପ୍ରତି ବେଶ ଆବଶ୍ୟକତା ରହିଛି।ଯାହାର ଧ୍ୱନି ରେ ଦେବୀ ଦେବତା ଠାରୁ ଆରମ୍ଭ କରି ପ୍ରତି ମଙ୍ଗଳ କାର୍ଯ୍ୟରେ ପ୍ରାଚୁର୍ଯ୍ୟ ରହିଛି ତା ପ୍ରତି ମାନ୍ୟତା ଶୁନ ରହିଛି।ଏପରିକି ସଦା ପ୍ରଶାସନ ର ଅଣଦେଖା ରେ ଶିକାର ହୋଇଛନ୍ତି କଳାକାର।ଯାହା କ୍ଷେତ୍ର ଏହାଏକ ଜ୍ୱଳନ୍ତ ଉଦାହରଣ । ନା ମିଳୁଛି କଳାକାର ଭତ୍ତା ନା ସରକାରୀ ସହାୟତା।ଅତି ଗରିବ ଶ୍ରେଣୀ ର ହୋଇଥିଲେ ବି ସରକାରୀ ସୁବିଧାରୁ ବଞ୍ଚିତ ।ଏଇ କିଛି ଦିନ ତଳେ ଖଣ୍ଡେ ରାସନ କାର୍ଡ ମିଳିଛି।ପରିବାର କହିଲେ ଚାରି କୁଟୁମ୍ବ ଏକ ଭଙ୍ଗାରୁଜା ଦଦରା କୁଡ଼ିଆ ରେ ରହନ୍ତି।ଗୋଟାଏ ପଟ ର ଛପର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି।ଅର୍ଥ ଅଭାବରୁ ସଜାଡି ପାରୁ ନାହାନ୍ତି।ଘର ଖଣ୍ଡ କ ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ପ୍ରଶାସନ କୁ କହି ସାରିଲେଣି।ଗରିବ ଙ୍କ କଥା କିଏ ବୁଝେ ବୋଲି ଓଲଟା ଗଣମାଧ୍ୟମ ଆଗରେ ପ୍ରଶ୍ନ ରଖନ୍ତି। ତେବେ ଏହି ମଙ୍ଗଳ ମହୁରୀ ପରିବାର ର ସାହା ଭରସା ବୋଲି ପ୍ରକାଶ କରନ୍ତି କ୍ଷେତ୍ର ।ତୁରନ୍ତ କ୍ଷେତ୍ର କୁ କଳାକାର ଭତ୍ତା ସହ ଘର ଯୋଗାଇ ଦେବାକୁ ସ୍ଥାନୀୟ ଲୋକଙ୍କ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ