ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ତରଫରୁ ରାଷ୍ଟ୍ରୀୟ ନବ ବର୍ଷ ଉତ୍ସବ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଗଜପତି ଜିଲ୍ଲା ଶାଖା ମହେନ୍ଦ୍ରତନୟା ସାହିତ୍ୟ ସଂସଦ ପକ୍ଷରୁ ଚୈତ୍ର ଶୁକ୍ଳ ପ୍ରତିପଦା ଉପଲକ୍ଷେ ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦ ଠାରେ ରାଷ୍ଟ୍ରୀୟ ନବ ବର୍ଷ ଉତ୍ସବ ପାଳିତ ହୋଇଯାଇଛି।ସଂସଦର ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ମୁଖ୍ୟ ଅତିଥି ଓ ମହନ୍ତ ରାମାନନ୍ଦ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ହିନ୍ଦୁ ନବ ବର୍ଷର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।ଛାତ୍ରୀ କୁମାରୀ ସ୍ନେହା ବେହେରା ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରଜ୍ୟୋତି ଚୌଧୁରୀ କବିତା ପାଠ କରିଥିଲେ।ସଂପାଦକ ଶ୍ରୀ ସରୋଜ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶ୍ରୀମତୀ ଇତିଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମଟି ସଂସଦର ସହ ସଂପାଦିକା ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଓ ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ସଂଯୋଜନା ରେ ସମ୍ପନ୍ନ ହୋଇଥିଲା।ଏଇ କାର୍ଯ୍ୟକ୍ରମଟିରେ ସହରର ଅନେକ ସାରସ୍ବତ ପ୍ରେମୀ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ।


