କେରେଡାଙ୍ଗରେ ମୋବାଇଲ ଟାୱାର ସ୍ଥାପନ ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ନୂଆଗଡ ବ୍ଲକର କେରେଡାଙ୍ଗ ଠାରେ ମୋବାଇଲ ଟାୱାର ସ୍ଥାପନ ପାଇଁ ଦୀର୍ଘ ଦିନ ଧରି ଦାବି ରହି ଆସିଛି. ତଥାପି ଏନେଇ ବିଭାଗୀୟ ଅଧିକାରୀ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି. ପୁଣି ଥରେ ଗ୍ରାମବାସୀମାନେ ମୋବାଇଲ ଟାୱାର ସ୍ଥାପନ ଦାବିକୁ ଦୋହରାଇଛନ୍ତି. ସାଧାରଣ ନିର୍ବାଚନ ପୂର୍ବରୁ ମୋବାଇଲ ଟାୱାର ସ୍ଥାପନ ନ ହେଲେ ନିର୍ବାଚନ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀମାନେ ମିଳିତ ଭାବେ ଚେତାବନୀ ଦେଇଛନ୍ତି. ଘଟଣାରୁ ପ୍ରକାଶ, ବର୍ତ୍ତମାନ ଡିଜିଟାଲ ଦୁନିଆରେ ସରକାରୀ କିମ୍ବା ବେସରକାରୀ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ କରାଯାଉଛି। ଲୋକଙ୍କୁ ଯୋଗାଯୋଗ କରିବା ନିମନ୍ତେ ନେଟୱର୍କ ଆବଶ୍ୟକତା ରହିଛି। ଏମିତି କିଛି ଅଞ୍ଚଳ ରହିଛି ଅଲଲାଇନ୍ ସେବାରୁ ବଞ୍ଚିତ ହେବାସହ ହଟହଟାରେ ମୋବାଇଲ ଗ୍ରାହକ। ମୋବାଇଲ ଟାୱାର ସ୍ଥାପନ ନିମନ୍ତେ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଛନ୍ତି। ତଥାପି କୌଣସି ନେଟୱର୍କର ଟାୱାର କାର୍ଯ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ହୋଇନାହିଁ ବୋଲି ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଆମ ଅଞ୍ଚଳର ଜନ ପ୍ରତିନିଧି ,ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଶେଷରେ ମେଳି ବାନ୍ଧି ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ମୋବାଇଲ ଟାୱାର ସ୍ଥାପନ ନ ହେଲେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ. ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ କେରେଡାଙ୍ଗ ଗ୍ରାମ ପଞ୍ଚାୟତ। ସୂଚନା ପ୍ରକାରେ ଏହି ପଞ୍ଚାୟତ ଅଧୀନରେ ୧୧ଟି ଗ୍ରାମ ରହିଥିବା ବେଳେ ଜନସଂଖ୍ୟା ୬ ହଜାର ରୁ ଉର୍ଦ୍ଧ ରହିଛନ୍ତି। କେରେଡାଙ୍ଗ ଗ୍ରାମରେ ଅନେକ ସରକାରୀ ବେସରକାରୀ କାର୍ଯ୍ୟାଳୟ ରହିଛି। ଯାହାକି ପଞ୍ଚାୟତ କାର୍ଯ୍ୟାଳୟ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ, 5ଟି ସ୍କୁଲ, ମିନି ବ୍ୟାଙ୍କ ଏବଂ ଜନସେବା କେନ୍ଦ୍ର ଭଳି ଅନେକ କାର୍ଯ୍ୟାଳୟ। ତଥାପି କୌଣସି ନେଟୱର୍କ ଟାୱାର ହୋଇନଥିବା ଯୋଗୁ ପଞ୍ଚାୟତ ବାସି ନାହିନଥିବା ଅସୁବିଧା ଭୋଗୁଛନ୍ତି। କୌଣସି ମତେ ଇଣ୍ଟରନେଟ ସୁବିଧା କିମ୍ବା ଦୁରଭାସ ର ସୁବିଧା ପାଇପାରୁନାହାନ୍ତି ପଞ୍ଚାୟତ ବାସି। କୌଣସି ଅନଲାଇନରେ କାର୍ଯ୍ୟ କରିବାକୁ କିମ୍ବା ଆବେଦନ କରିବାକୁ ଥିଲେ ୧୦ କିମି ଯିବାକୁ ପଡୁଛି। ଛାତ୍ରଛାତ୍ରୀ ମାନେ ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଗର୍ଭବତୀ ମହିଳାଙ୍କୁ ଗୋଷ୍ଠୀ ସ୍ୱାସ୍ୟକେନ୍ଦ୍ର ନେବାପାଇଁ ୧୦୨ କିମ୍ବା ୧୦୮ ଆମ୍ବୁଲେନ୍ସକୁ ଯୋଗାଯୋଗ କରିବାକୁ ଥିଲେ ନେଟୱର୍କ ଆସୁଥିବା ସ୍ଥାନ ପାହାଡ଼କୁ ଯାଇ ଯୋଗାଯୋଗ କରିବାକୁ ପଡୁଛି। ବୁଢ଼ା ବୁଢ଼ୀ ବାର୍ଦ୍ଧକ୍ୟ ଭତ୍ତା ଏବଂ ଭିନ୍ନ କ୍ଷମ ଟଙ୍କା ଉଠାଣ ନିମନ୍ତେ ବହୁ କଷ୍ଟରେ ନୂଆଗଡ଼ ବ୍ୟାଙ୍କ ଯାଇ ଟଙ୍କା ଉଠାଇ ବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି। ଏହି ଭଳି ଅନେକ ଇଣ୍ଟରନେଟ ଏବଂ ମୋବାଇଲ ସେବାରୁ ବଞ୍ଚିତ ହେଉଛନ୍ତି ଲୋକେ। ତେଣୁ କେରେଡାଙ୍ଗ ପଞ୍ଚାୟତ ନିମନ୍ତେ କେରେଡାଙ୍ଗ ଗ୍ରାମରେ ମୋବାଇଲ ଟାୱାର ସ୍ଥାପନ ନିମନ୍ତେ ଦାବି କରିଛନ୍ତି ଜନସାଧାରଣ।


