ମାଆ ବୁଢାକେନ୍ଦୁ ପୀଠରେ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ବେଲଗୁଣ୍ଠା ପଂଚାୟତ ସମିତି କାର୍ଯ୍ୟାଳୟଠାରେ ସମସ୍ତ ଜନପ୍ରତିନିଧି ମାନଙ୍କ ସହ ଆଲୋଚନା କରିବା ପରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢାକେନ୍ଦୁ ପୀଠକୁ ୫ ଟି ଯୋଜନା ମାଧ୍ୟମରେ ଉନ୍ନତୀକରଣ କରିବାପାଇଁ ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟଙ୍କ ଦାବିକୁ ହୃଦୟଙ୍ଗମ କରିଥିଲେ I ଏହାର କିଛି ଦିନ ପରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ବେଲଗୁଣ୍ଠା ବିଡ଼ିଓ ରୋଶନ୍ ଶତପଥୀ,ତହସିଲଦାର ମନୋଜ ପ୍ରଭାକର କୁଜୁର୍ ପ୍ରମୁଖ ମାଆ ବୁଢାକେନ୍ଦୁ ମନ୍ଦିରର ପରିଦର୍ଶନ କରି ଆବଶ୍ୟକ ଥିବା ଭିତ୍ତିଭୂମିର ବିକାଶ ଏବଂ ଅନ୍ୟାନ୍ୟ ଆବଶ୍ୟକତା ବିଷୟରେ ଲିଖିତ ଭାବେ ଜଣାଇବା ପାଇଁ ମନ୍ଦିର ପରିଚାଳନା କମିଟିକୁ ପରାମର୍ଶ ଦେଇଥିଲେ I ଏହି ପ୍ରରିପ୍ରେକ୍ଷୀରେ ଆଜି ମାଆ ବୁଢାକେନ୍ଦୁ ପରିଚାଳନା କମିଟିର ସଭାପତି ତଥା ଆଇନଜୀବୀ ଦେବୀ ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମନ୍ଦିରର ପାଚେରୀ ଠାରୁ ଆରମ୍ଭ କରି ବିଭିନ୍ନ ଭିତ୍ତିଭୂମି,ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ ଆବଶ୍ୟକ ଉପକରଣ ସମ୍ପର୍କରେ ଆଲୋଚନା ହୋଇଥିଲା I ଏନେଇ ଏକ ସ୍ମାରକ ପାତ୍ର ପ୍ରସ୍ତୁତ ହୋଇଥିବା ବେଳେ ଆସନ୍ତାକାଲି ବିଡିଓଙ୍କ ଜରିଆରେ ଏହା ଗଞ୍ଜାମ ଜିଲ୍ଳାପାଳଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତି ନିଆଯାଇଛି I ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଯୁବ ଆଇନଜୀବୀ ଓମ୍ ପ୍ରକାଶ ସାହୁଙ୍କୁ ଏହି କମିଟିର ଆଇନ୍ ପରମର୍ଶଦାତା ରୂପେ ମନୋନୀତ କରାଯାଇଥିବା ସଭାପତି ଦେବୀ ପ୍ରସାଦ ତ୍ରୀପାଠି ପ୍ରକାଶ କରିଛନ୍ତି I ଆଗାମୀ ଦିନରେ ମାଆଙ୍କ ମନ୍ଦିରର ଉନ୍ନତିକରଣ ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ନିଷ୍ପତି ନିଆଯାଇଛି I ୫ ଟି ମାଧ୍ୟମରେ ମନ୍ଦିର ଉନ୍ନତିକରଣ ପାଇଁ ପ୍ରୟାସ କରାଯାଇଥିବାରୁ ପରିଚାଳନା କମିଟି ତରଫରୁ ୫ ଟି ସଚିବ ଭି.କେ. ପାଣ୍ଡିଆନ, ଗଞ୍ଜାମ ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ା,ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ବେଲଗୁଣ୍ଠା ବିଡ଼ିଓ ରୋଶନ୍ ଶତପଥୀ ଏବଂ ତହସିଲଦାର ମନୋଜ ପ୍ରଭାକର କୁଜୁର୍ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି I ଆଜିର ବୈଠକରେ ପରିଚାଳନା କମିଟି ସଭାପତି ଶ୍ରୀ ତ୍ରୀପାଠିଙ୍କ ସମେତ ସୁରେନ୍ଦ୍ର ଡାକୁଆ,ରମେଶ୍ ଚନ୍ଦ୍ର ରାଉତ, ପ୍ରଦ୍ୟୁମ୍ନ ପାତ୍ର, ବାବା ହରି ଶଙ୍କର ସ୍ଵାମୀ,କୁଞ୍ଜବିହାରୀ ନାୟକ,ରବୀନ୍ଦ୍ରନାଥ ପାତ୍ର, ରାଜେନ୍ଦ୍ର ଗୌଡ଼, ଦୁର୍ଗାମାଧବ ନାୟକ,ସୀମାଞ୍ଚଳ ବିଷୋୟୀ, ପିତାମ୍ବର ବିଷୋୟୀ, ଚନ୍ଦ୍ରକାନ୍ତ ଗୁରୁ,ବିଜୟ କୁମାର ସ୍ୱାଇଁ,ରାମନାଥ ପ୍ରଧାନ,ସଞ୍ଜୟ କୁମାର ପ୍ରଧାନ,ଦୈତାରୀ ମହାରଣା, ଅମୂଲ୍ୟ ମହାରଣା, ବୁଲୁରାମ ପ୍ରଧାନ,କାମରାଜୁ ଗୌଡ଼, ବିପିନ୍ ବିହାରୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ