ମାଆ ବ୍ରାହ୍ମଣଦେବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପନୀ ଉତ୍ସବ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ମାଆ ବ୍ରାହ୍ମଣଦେବୀ ଉପଖଣ୍ଡ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଫାଇନାଲ୍ ମ୍ୟାଚ୍ର ରେ ଭଞ୍ଜନଗରର ମାଆ ବ୍ରାହ୍ମଣଦେବୀ xi ଷ୍ଟାର ଟିମ୍ ଦଦରାଲୁଣ୍ଡା କ୍ରିକେଟ୍ କୁ ହରାଇ ଚାମ୍ପିୟନ୍ ଟ୍ରଫି ହାସଲ କରିଛି I ଆଜିର ମ୍ୟାଚ୍ ରେ ବ୍ରାହ୍ମଣଦେବୀ xi ଷ୍ଟାର ଟିମ୍ ପ୍ରଥମେ ଦୃଢ ବ୍ୟାଟିଂ କରି 14.2 ଓଭର୍ ରେ ସମସ୍ତ ୱିକେଟ୍ ହରାଇ 143 ରନ୍ କରିଥିବା ବେଳେ ଏହାର ପିଛା କରି ଦଦରାଲୁଣ୍ଡା ଟିମ୍ ର ସମସ୍ତ ୱିକେଟ୍ ବ୍ରାହ୍ମଣଦେବୀ ଟିମ୍ ର ବୋଲର୍ ମାନଙ୍କୁ ସାମ୍ନା କରି ନପାରି 11.4 ଓଭର୍ ରେ ମାତ୍ର 36 ରନ୍ କରି ଆତ୍ମ ସମର୍ପଣ କରିଦେଇଥିଲେ I ଆଜିର ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ସମ୍ମାନୀତ ଅତିଥି ଭାବେ ପୂର୍ବତନ ବେଲଗୁଣ୍ଠା ନଗରପାଳ ଚନ୍ଦ୍ରମଣି ସାମଲ୍, ଆମ୍ବପୁଆ ସରପଞ୍ଚ ପ୍ରମୋଦ ପ୍ରଧାନ,ଉମାଶଙ୍କର ବାରିକ ହିମାଂଶୁ ବାରିକ ଦିବ୍ୟ ଦାଶ୍ ଏବଂ ସଞ୍ଜୟ ଭାଇ ପ୍ରମୁଖ ଯୋଗ ଦେଇ ଉଭୟ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ଏବଂ ଅର୍ଥରାଶି ଦେଇ ପୁରସ୍କୃତ କରିବା ସହ ଲିପୁଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ମ୍ୟାନ୍ ଅଫ୍ ସିରିଜ୍ ଭାବେ ,ଆଲିପୁର ଟିମ୍ ର ଜଗନ୍ ଙ୍କୁ ବେଷ୍ଟ୍ କିପର୍ ଭାବେ, କେକେ ମୋଟର୍ସ୍ ଟିମ୍ ର ରାଜେଶ୍ ଙ୍କୁ ବେଷ୍ଟ୍ ବ୍ୟାଟ୍ସମ୍ୟାନ ଭାବେ,ଦଦରାଲୁଣ୍ଡା ଟିମ୍ ର ଶ୍ରୀକାନ୍ତଙ୍କୁ ବେଷ୍ଟ୍ ବୋଲର୍ ଭାବେ ଓ xi ଷ୍ଟାରର ଦୀନେଶ ପାଢୀଙ୍କୁ ବେଷ୍ଟ୍ ସିକ୍ସର୍ ଭାବେ ପୁରସ୍କୃତ କରିଥିଲେ I ଏହି ଅବସରରେ କ୍ରୀଡ଼ା ମଣିଷକୁ ଶୃଙ୍ଖଳିତ କରିବା ସହ ଶରୀରକୁ ସୁସ୍ଥ ରଖେ ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ