ମାଙ୍କ ଆଶ୍ରୀବାଦ ଲାଭକଲେ ଶ୍ରଦ୍ଧାଳୁ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ପୁରୁଣା ବ୍ରହ୍ମପୁର ଠାରେ ଶ୍ରୀ ମାଁ ନବଦୂର୍ଗା ମାଳୁଆଁଣୀଙ୍କ ଘଟଯାତ୍ରା ଗୁରୁବାର ମହାସମାରୋହରେ ପାଳିତ ହୋଇଯାଇଛି ।ଲଗାଣ ବର୍ଷା ସତ୍ତେ୍ୱ ମାଁ ଙ୍କ ଆଶ୍ରୀବାଦ ନେବା ପାଇଁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ଗଂଜାମ ଜିଲ୍ଳା ବିଜେପି ସଭାପତି କାହ୍ନୁ ପତି , ବିଡିଏର ପୂର୍ବତନ ଅଧକ୍ଷ ସୁବାସ ମହାରଣା , ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗ ଦେଇ ମାଁଙ୍କ ଆଶ୍ରୀବାଦ ଭିକ୍ଷା କରିଥିଲେ ।


