ଭାରତ ୬୩ତମ ସ୍ଥାନକୁ ଉନ୍ନୀତ

ବିଶ୍ୱବ୍ୟାଙ୍କର ସଦ୍ୟତମ ‘ବ୍ୟବସାୟିକ ସୁଗମତା ରିପୋର୍ଟ-୨୦୨୦’ ପ୍ରକାଶ ପାଇଛି ।ଏହି ମାନ୍ୟତାରେ ୧୯୯ଟି ଦେଶ ଥିବାବେଳେ ଭାରତ ଚଳିତ ଥର ୧୪ଟି ସ୍ଥାନ ଉପରକୁ ଉଠି ୬୩ତମ ସ୍ଥାନ ହାସଲ କରିଛି । ପୂର୍ବରୁ ପ୍ରକାଶିତ ବ୍ୟବସାୟିକ ସୁଗମତା ମାନ୍ୟତାରେ ଭାରତ ୭୭ତମ ସ୍ଥାନରେ ରହିଥିବାବେଳେ ଏଥର ୧୪ଟି ସ୍ଥାନ ଉପରକୁ ଉଠିଛି । ଭାରତ ୨୦୧୫ ଠାରୁ ଲଗାତାର ଭାବେ ମାନ୍ୟତାରେ ଉନ୍ନତି କରିଚାଲିଛି ।ଲଗାତାର ତୃତୀୟ ଥର ପାଇଁ ଭାରତ ଶ୍ରେଷ୍ଠ ୧୦ସୁଧାରକ ମଧ୍ୟରେ ସ୍ଥାନ ପାଇପାରିଛି ।ଭାରତସରକାରଙ୍କ ନିରନ୍ତର ପଦକ୍ଷେପ ଫଳରେଭାରତ ୨୦୧୪ରୁ ୨୦୧୯, ଏହି ୫ ବର୍ଷମଧ୍ୟରେ ୭୯ଟି ସ୍ଥାନ ଉପରକୁ ଉଠିସାରିଲାଣି । ବ୍ୟବସାୟକୁ ପ୍ରଭାବିତ କରୁଥିବା ୧୦ଟି ପରିମାପକକୁ ଆଧାରକରି ବ୍ୟବସାୟିକ ସୁଗମତା ମାନ୍ୟତା ପ୍ରସ୍ତୁତ କରାଯାଇଥାଏ । ଏଥିରେ ବିଶ୍ୱର ୧୯୦ଟି ଅର୍ଥ ବ୍ୟବସ୍ଥା ବ୍ୟବସାୟ ପାଇଁ ପ୍ରଣୟନ କରୁଥିବା ନିୟମ ଏବଂ ଏହାର କାର୍ଯ୍ୟକାରୀତା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଥାଏ । ଯେକୌଣସି ଏକ ଅର୍ଥବ୍ୟବସ୍ଥା ଏବଂ ବିଶ୍ୱରଶ୍ରେଷ୍ଠ ପ୍ରଚଳନ ମଧ୍ୟରେ ରହିଥିବା ଶୂନ୍ୟସ୍ଥାନକୁ ପ୍ରଦର୍ଶିତ କରୁଥିବା ‘ଡିଷ୍ଟାନ୍ସଟୁ ଫ୍ରଂଟିଅର (ଡିଟିଏଫ)’ ଅଙ୍କ ଆଧାରରେ ବିଭିନ୍ନ ଦେଶକୁ ବ୍ୟବସାୟିକ ସୁଗମତା ମାନ୍ୟତା ତାଲିକାରେ ସ୍ଥାନ ମିଳିଥାଏ । ଚଳିତ ଥର ଭାରତର ଡିଟିଏଫ ଅଙ୍କ ୭୧.୦ ରହିଛି ଯାହାକି ଗତ ବର୍ଷ ୬୭.୨୩ ଥିଲା । ୧୦ଟି ପରିମାପକମଧ୍ୟରୁ ୭ଟିରେ ଭାରତ ଉନ୍ନତ ପ୍ରଦର୍ଶନ କରିଛି ଏବଂ ଅନ୍ତର୍ଜାତୀୟଶ୍ରେଷ୍ଠ ପ୍ରଚଳନର ନିକଟତର ହୋଇପାରିଛି । ଦେବାଳିଆପଣ ସମାଧାନ, ନିର୍ମାଣ ଅନୁମତି, ସମ୍ପତି ପଞ୍ଜୀକରଣ, ସୀମାପାର ବାଣିଜ୍ୟ ଏବଂ ଟିକସ ପଇଠ ଆଦି ପରିମାପକରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତିହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ