ମା’ଚଣ୍ଡୀଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଗଭରପୁରସ୍ଥିତ ମା’ଚଣ୍ଡୀଙ୍କ ନବନିିର୍ମିତ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରବିବାର ନିକଟସ୍ଥ କପାଳୀ ନଦୀରୁ ୨୭ଟି କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ଯଥାରୀତି ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଧ୍ୟାପକ ସୁଧାଂଶୁ ଶେଖର ନାୟକ, ରେବତୀ ନାୟକ ମୁଖ୍ୟ କଳସ ଧାରଣ କରିଥିବା ବେଳେ ରମେଶ ନାୟକ, ପ୍ରେମଲତା ନାୟକ, ଅମରେଶ ନାୟକ, ସ୍ୱର୍ଣ୍ଣପ୍ରଭା ନାୟକ, ସରେଶ ନାୟକ, ସରିତା ନାୟକଙ୍କ ସମେତ ଅନ୍ୟ ମାନେ ପାଶ୍ୱର୍ କଳସ ଧାରଣ କରିଥିଲେ । ସୋମବାର ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଏବଂ ମଙ୍ଗଳବାର ପୂର୍ଣ୍ଣାହୂତି ପ୍ରସାଦ ସେବନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ୩ ଦିନ ଧରି ପ୍ରତ୍ୟେହ ସନ୍ଧ୍ୟାରେ ମା’ଙ୍କ ଭଜନ, ଜଣାଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୁଧବାର ଓ ଗୁରବାର ଯାତ୍ରା ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ଶିକ୍ଷାବିତ୍ ଚାରୁ ଚନ୍ଦ୍ର ନାୟକ ଓ ସାବିତ୍ରୀ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗଭରପୁର ଓ ନଛିପୁର ଗ୍ରାମବାସୀ ମାନେ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ ।


