ମାଣିତରାରେ ଗୁରୁ ଦିବସରେ ଗୁରୁପୂଜନ କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ମା’ ସରସ୍ଵତୀ ବିଦ୍ୟା ମନ୍ଦିର ରେ ପବିତ୍ର ଗୁରୁ ଦିବସ ଉପଲକ୍ଷେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ବରିଷ୍ଠ ଶିକ୍ଷକ ତ୍ରିନାଥ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁ ଦିବସ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ବିଶ୍ବାଳ ଓ ଅନିଲ କୁମାର ମହାରଣା ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମେ ଶ୍ରୀ ଗଣେଶ ମୂର୍ତ୍ତି ଓ ଯାହାଙ୍କ ଜୟନ୍ତୀରେ ଗୁର ଦିବସ ପାଳନ କାରାଯାଉଛି ସେହି ମହାନ ଶିକ୍ଷକ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ତୈଳଚ୍ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ପୁଷ୍ପ ଅର୍ପଣ କରାଯାଇଥିଲା। ଏହାପରେ ଗୁରୁ ସରୋଜ କୁମାର ବିଶ୍ବାଳ, ଅନିଲ କୁମାର ମହାରଣା, ତ୍ରିନାଥ ଗୌଡ଼ ଓ ପିତାମ୍ବର ପଣ୍ଡା ଙ୍କୁ ଗୁରୁବନ୍ଦନା କରାଯାଇଥିଲା। ଏହାପରେ ଦୁଇ ଅତିଥି ଶ୍ରୀ ବିଶ୍ୱାଳ ଓ ଶ୍ରୀ ମହାରଣା ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ ହେବାପାଇଁ ବହୁ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ। ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଗୁରୁ ଦିବସ ଉପଲକ୍ଷେ ବକ୍ତବ୍ୟ ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ