ମାନବିକତାର ପରିଚୟ ଦେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର 

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):  ମାନବିକତାର ପରିଚୟ ଦେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର l ଶନିବାର  ବାଲିଗୁଡ଼ା ବ୍ଲକ୍‌ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗଦେଇ ଫେରିବା ସମୟରେ ବାରଖମା ନିକଟସ୍ଥ ବିରାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ମୋଟରସାଇକେଲ ରାସ୍ତା କଡ଼ରେ ଥିବା ଏକ ଗଛରେ ବାଡେଇ ହୋଇ ଯାଇଥିଲା । ଫଳରେ ମୋଟରସାଇକେଲ ଚାଳକ ଗୁରୁତର ଆହତ ହୋଇ ଛଟପଟ ହେଉଥିବା ବେଳେ ଚାଳକଙ୍କ ସ୍ତ୍ରୀ ଓ ଛୁଆ ସାମାନ୍ୟ ଆହତ ହୋଇଥିବା ଦେଖି ବିଧାୟକ ନିଜ ଗାଡ଼ିରେ ସେମାନଙ୍କୁ ଆଣି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ଏବଂ ଡାକ୍ତରଙ୍କୁ ଡକାଇ ଚିକିତ୍ସା କରାଇଥିଲେ  । ସୂଚନା ପ୍ରକାରେ ମୋଟରସାଇକେଲ ଚାଳକ କୁଟିକିଆ ଅଞ୍ଚଳର କୃଷ୍ଣ କହଁର ନିଜ ସ୍ତ୍ରୀ ଓ ଛୁଆଙ୍କୁ ନେଇ ବାରଖମା ଅଞ୍ଚଳରୁ ଗାଁ କୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଅନ୍ୟପଟେ ବିଧାୟକ ଚକ୍ରମଣି କହଁରଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ