ମାନସିକ ଦୁଶ୍ଚିନ୍ତା ଦୂରକରେ ‘ମୋତି’

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମୋତି ଚନ୍ଦ୍ରମାଙ୍କର ରତ୍ନ । ଏହାକୁ ଧାରଣ କରିବା ଦ୍ୱାରା ଚନ୍ଦ୍ରମାଙ୍କର ସମସ୍ତ ଦୋଷ ଦୂର ହୋଇଥାଏ । ଚନ୍ଦ୍ରମା ମାନସିକ ଦୁଶ୍ଚିତାକୁ ଦୂର କରିଥାଆନ୍ତି । ଯେଉଁମାନଙ୍କ ରାଶିରେ ଚନ୍ଦ୍ରମା ଦୁର୍ବଳ ଅବସ୍ଥାରେ ରହିଥାଆନ୍ତି, ସେମାନେ ମୋତି ଧାରଣ କରିବା ଆବଶ୍ୟକ । ଏତଦ୍ ବ୍ୟତୀତ ମୋତି ଧାରଣ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ ।
ମୋତି ଧାରଣ କରିବା ଦ୍ୱାରା ସମସ୍ତ ମାନସିକ ଦୁଶ୍ଚିତା ଦୂର ହୋଇଥାଏ । ଏହାକୁ ଧାରଣ କଲେ ଜ୍ଞାନ ବୃଦ୍ଧି ପାଏ । ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ ଏହାକୁ ବ୍ୟକ୍ତି ନିଜର ଓଜନ ଅନୁଯାୟୀ ୪ଟି, ୬ଟି କିମ୍ବା ୭ଟି ଧାରଣ କରିବା ଆବଶ୍ୟକ । ଗୋଲ ମୋତିକୁ ସବୁଠାରୁ ଅଧିକ ପ୍ରାଚୀନ ଓ ସର୍ବଶ୍ରେଷ୍ଠ ବୋଲି ମାନ୍ୟତା ରହିଛି । ଏହି ମୋତିକୁ ଚାନ୍ଦିର ମୁଦିରେ ଶୁକ୍ଳ ପକ୍ଷ ସୋମବାର ଦିନ ଧାରଣ କରିବା ଉଚିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ