ମାନସିକ ସ୍ୱାସ୍ଥ୍ୟ ଉପରେ ସଚେତନତା କର୍ମଶାଳା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବନ୍ଧଗଡ ଠାରେ ମାନସିକ ସ୍ୱାସ୍ଥ୍ୟ ଉପରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବେଙ୍ଗାଲୁରୁ ସ୍ଥିତ ବିଏନଆଇରୁ ଆସିଥିବା ସୁଜାତା ଭି. ଏବଂ ରାଜୀବ କର୍ମୀ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଆଶା, ଅଙ୍ଗନୱାଡି, ପଞ୍ଚାୟତିରାଜ ପ୍ରତିନିଧି, ସ୍ୱୟଂସହାୟିକା ଗୋଷ୍ଠି ମାନଙ୍କୁ ପ୍ରଶିକ୍ଷଣ ଓ ସଚେତନତା କରାଇଥିଲେ । ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକରେ ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାରର ସମସ୍ୟା ଓ ସେହି ସମସ୍ୟାକୁ କିପରି ସମସ୍ତଙ୍କ ସହଯୋଗରେ ସମାଧାନ କରାଯାଇପାରିବ ତାହା ଆଲୋକପାତ କରାଯାଇଥିଲା । ଚିକିତ୍ସା ଏବଂ ସମାଜରୁ ସ୍ନେହ ଶ୍ରଦ୍ଧା ଓ ସହଯୋଗ ମାଧ୍ୟମରେ ମାନସିକ ଅସୁସ୍ଥ ଓ ତା ପରିବାରରେ ପଡୁଥିବା ବୋଝକୁ କମ୍ କରାଯାଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ଆସିଥିବା ଆଗଧାଡିର ସ୍ୱାସ୍ଥ୍ୟକର୍ମୀ ଓ ନବ ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧିମାନେ ତାଙ୍କ ଆଖପାଖରେ ଥିବା ଅନ୍ଧବିଶ୍ୱାସକୁ କିପରି ଦୂର କରି, ମାନସିକ ବ୍ୟକ୍ତିଙ୍କ ପରିବାର ଚିକିତ୍ସା ପାଇଁ ନିଜକୁ ପ୍ରସ୍ତୁତ କରି ଆଗାମୀ ଦିନରେ ଜିଲ୍ଲାର ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଯୋଡି ହେବାପାଇଁ ଗୁରୁତ୍ୱ ଦିଆଯାଇଥିଲା। ସ୍ୱାତୀର ସଂପାଦକ ଇଂ. ହରିଶଙ୍କର ରାଉତ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ମାନସିକ ଅସୁସ୍ଥ ବ୍ୟକ୍ତି ଚିହ୍ନଟ କରିବା ଓ ଉପଯୁକ୍ତ ପରାମର୍ଶ ନେବା ପାଇଁ ଅନୁରୋଧ ରଖିଥିଲେ । ପ୍ରଦୀପ କୁମାର ସ୍ୱାଇଁ ସମସ୍ତ କର୍ମୀଙ୍କ ମଧ୍ୟରେ ସମନ୍ୱୟ ରଖି ଏମାନଙ୍କୁ ମୂଖ୍ୟସ୍ରୋତରେ ସାମିଲ କରିବା ପାଇଁ କହିଥିଲେ। ପ୍ରକଳ୍ପ ସଂଯୋଜିକା ମମତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରୋହିମୁଦ ନାୟକ, ପ୍ରଭାତ ନାୟକ, ଗଗନ ସେଠୀ ଓ ରୀନା ନାୟକ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ