ମାନସିକ ସ୍ୱାସ୍ଥ୍ୟ ସଚେତନତା ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ ତରଫରୁ ମାନସିକ ସ୍ୱାସ୍ଥ୍ୟ ସଚେତନତା ଶିବିର ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସିଟି ହସ୍ପିଟାଲର ମନୋବିଜ୍ଞାନ ବିଭାଗର ମନୋବିଜ୍ଞାନ ବିଶେଷଜ୍ଞ ଡାକ୍ତର ଶର୍ମିଷ୍ଠା ପ୍ରିୟଦର୍ଶନୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଲୋକମାନଙ୍କ ମଧ୍ୟରେ ଦେଖା ଯାଉଥିବା ଆତ୍ମହତ୍ୟା ପ୍ରବୃତ୍ତି : ଏହାର କାରଣ ଓ ନିରାକାରଣ ସମ୍ବନ୍ଧରେ ବିଷଦ ଭାବରେ ଆଲୋଚନା କରିଥିଲେ | ମାନସିକ ଅବସାଦ, ବିଷାଦ ଆଦି ବିଭିନ୍ନ ମାନସିକ ରୋଗ ଯାହା କୋଭିଡ ପରବର୍ତୀ ସମୟରେ ଲୋକମାନଙ୍କ ମଧ୍ୟରେ ବିଶେଷ କରି ଯୁବକ -ଯୁବତୀମାନଙ୍କ ମଧ୍ୟରେ କିପରି ବୃଦ୍ଧି ପାଇବାରେ ଲାଗିଛି, ଏହା ଉପରେ ମଧ୍ୟ ଆଲୋକପାତ କରିଥିଲେ | ଲୋକମାନଙ୍କୁ ଏହି ପରି ମାନସିକ ଅବସାଦରୁ ରକ୍ଷା କରିବା ଦିଗରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କର ଭୂମିକା ଅତି ଗୁରୁତ୍ୱପୁର୍ଣ ବୋଲି ସେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ | ବାଣିଜ୍ୟ ବିଭାଗର ସହକାରୀ ଅଧ୍ୟାପିକା ଓ ମୋ କଲେଜ ଅଭିଯାନର ସଂଚାଳିକା ମିଲନ ତାହା ଏହି କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଏବଂ ବାଣିଜ୍ୟ ବିଭାଗର ସହକାରୀ ଅଧ୍ୟାପିକା ଡ଼ଃ ପିଙ୍କି ରାଣୀ ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନଙ୍କ ମଧ୍ୟରୁ ଡ଼ଃ ଲକ୍ଷ୍ମୀ ନାରାୟଣ ସାହୁ, ପ୍ରଦ୍ୟୁମ୍ନ ମଢେଇ, ରାଜବାଳା ତ୍ରିପାଠୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ପରିଚାଳନାରେ ନିଜର ସହଯୋଗ ପ୍ରଦାନ କରିଥିଲେ | ଡ଼ଃ ଆରତୀ ପଣ୍ଡା, ଡ଼ଃ ମିଲିମିତା ପାଢ଼ୀ, ଡ଼ଃ ଶାନ୍ତିଲତା ବେହେରା, ଦୁର୍ଗାବାଳା ଟୁଡୁ, ଶୁଭ୍ରା ପଣ୍ଡା, ମୋନାଲିସା ମିଶ୍ର, ମିନତୀ ତରେଇ, ରାଜେଶ ନାୟକ, ପ୍ରବୀଣ ପାଢ଼ୀ, ଡ଼ଃ ବିନାୟକ ଘୋଷ, ଡ଼ଃ ଶିବ ପ୍ରସନ୍ନ ପାଠୀ, ନୀଳମାଧବ ନାୟକ ଏବଂ ଜିତେନ୍ଦ୍ର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି କାର୍ଯ୍ୟକ୍ରମଟିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ହୋଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ