ହବିଷ୍ୟାଳୀଙ୍କ କାର୍ତ୍ତିକବ୍ରତ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ପଞ୍ଚୁକରେ ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନଙ୍କ କାର୍ତ୍ତିକବ୍ରତ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସରେ ହବିଷ୍ୟାଳୀମାନଙ୍କ ପାଇଁ କାର୍ତ୍ତିକବ୍ରତ ପାଳନ ଅବସରରେ ସେଠାରେ ଦୈନିକ ବିଭିନ୍ନ ସାଧୁସନ୍ଥମାନଙ୍କ ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ, ଆଲୋଚନା ଚକ୍ର ଓ ସଂକୀର୍ତ୍ତନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଥିନିମନ୍ତେ ଆବଶ୍ୟକ ପ୍ରସ୍ତୁତି କିଭଳି କରାଯିବ ଏବଂ ଯଥାଯଥ ଭାବେ କାର୍ତ୍ତିକବ୍ରତ ପାଳନ କରାଯିବା ପାଇଁ ବିଧି ମୁତାବକ କାର୍ଯ୍ୟସୂଚୀ ପ୍ରସ୍ଥୁତ କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ସୁମିତ୍ରା ପାଢୀ, ଗବେଷକ ନିରଞ୍ଜନ ମେକାପ, ରୀତାଞ୍ଜଳି ନାଥ, ସରଳା ମହାରଣା, ଅମୂଲ୍ୟକାନ୍ତ ସାମନ୍ତରାୟ, ଆଶୁତୋଷ ପଣ୍ଡା, ନିଳମାଧବ ବେହେରା, ପପୁନ କୁମାର ସ୍ୱାଇଁ, ପ୍ରତିକ ଅନୁରାଗ ଦାଶ, ଆଶିଷ ପ୍ରଧାନ, ମନ୍ମଥ କୁମାର ସାହୁ, ଅମର କୁମାର ବାରିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଶ୍ରମର ନୃସିଂହ ବାବା ସଭା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ