ମାଳଦା ପଂଚାୟତ ରେ ସମୀକ୍ଷା ବୈଠକ 

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଂଚାୟତ କାର୍ଯ୍ୟାଳୟ ଠାରେ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ଵଦୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଵିଡିଓ ଵିଜୟ କୁମାର ସାହୁ ଯୋଗଦେଇ ପ୍ରଧାନମନ୍ତ୍ରୀ ଆଵାସ ଯୋଜନା ଅନ୍ତର୍ଗତ ନିର୍ମାଣାଧିନ ଗୃହ ସଂପର୍କରେ ସମୀକ୍ଷା କରିଥିଲେ । ଏହାଛଡା ସ୍ଵଛ ଓଡିଶା ସୁସ୍ଥ ଓଡିଶା ସ୍ଲୋଗାନ ଅନୁଯାୟୀ ନିର୍ମାଣ ହେଉଥିବା ପାଇଖାନା ଵାଵଦରେ ଵିଡିଓ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ । ଵୈଠକରେ ଗ୍ରାମପଞ୍ଚାୟତ ଭାରପ୍ରାପ୍ତ ଅଧିକାରୀ ମୀନକେତନ ଵାରିକ, ଜିଵିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ସଂଜୟ କୁମାର ବାରିକ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋପାଳ କୃଷ୍ଣ ପଣ୍ଡା, ପରିମଳ ଵିଭାଗ ଅଧିକାରୀ ଉଦୟ ନାଥ ଵେଜ, ସରପଂଚ ଙ୍କ ପ୍ରତିନିଧି ପ୍ରତ୍ୟୁଷ ସାମଲ ଙ୍କ ସମେତ ଏସଏଚଜି ମହିଳା ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ