ଆରଏସଏସ୍ ତରଫରୁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ କର ସେବକଙ୍କୁ ସମ୍ବର୍ଦ୍ଧନା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ କର ସେବକଙ୍କ ଦ୍ବାରା ୩୦ ଅକ୍ଟୋବବର ୧୯୮୯ ମସିହା ଏବଂ୦୬ ଡିସେମ୍ବର ୧୯୯୨ ମସିହାରେ ଅଯୋଧ୍ୟା ଚାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା ।ଏଥିରେ ଭାରତ ବର୍ଷର କୋଣ ଅନୁକୋଣରୁ କର ସେବକମାନେ ଯାଇଥିଲେ ।ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳରୁ ବହୁ କରସେବକ ଆରଏସଏସ ଓ ବିଶ୍ବହିନ୍ଦୁ ପରିଷଦ ଡାକରାରେ ଯାଇଥିଲେ ।ରାଇରଙ୍ଗପୁରର ବଦାନ୍ୟ ବ୍ୟକ୍ତିମାନେ ସେମାନଙ୍କୁ ଆର୍ଥିକ ଓ ମନୋବଳ ସହଯୋଗ କରିଥିଲେ ।ସେହି କର ସେବକମାନଙ୍କ ଦୁର୍ବାର ଆନ୍ଦୋଳନ ଓ ବଳିଦାନ ଯୋଗୁଁ ତଦ ସହ ସୁପ୍ରିମ କୋର୍ଟର ଐତିହାସିକ ରାୟ ଯୋଗୁଁ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଥିଲା ।ସରକାରଙ୍କ ନିଷ୍ପତ୍ତି ଅନୁସାରେ ଅଗଷ୍ଟ ୫ ତାରିଖ ଦିନ ରାମ ମନ୍ଦିର ଭୂମିପୂଜନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଶିଳା ନ୍ୟାସ ଅନୁଷ୍ଠିତ ହେବ ।ଏହି ପରିପ୍ରେକ୍ଷୀରେ ଆରଏସଏସ,ରାଇରଙ୍ଗପୁର ଶାଖା ଏବଁ ବିଶ୍ବହିନ୍ଦୁ ସଂଗଠନ ପକ୍ଷରୁ ଯେଉଁ କରସେବକମାନେ ଅଯୋଧ୍ୟା ଯାଇଥିଲେ ସେମାନଙ୍କୁ ରାଇରଙ୍ଗପୂର ଜଗନ୍ନାଥ ମନ୍ଦିର ପରିସରରେ ଥିବା ରାମ ମନ୍ଦିର ପ୍ରାଙ୍ଗଣରେ କରସେବକମାନଙ୍କୁ ସେମାନଙ୍କର ତ୍ୟାଗ,ନିଷ୍ଠା,ବଳିଦାନ ଯୋଗୁଁ ଆଜି ସାରା ବିଶ୍ବରେ ୩ୟ ବୃହତ୍ତ ମନ୍ଦିର ରାମ ମନ୍ଦିରର ଭୂମିପୂଜନ ହେବାକୁ ଯାଉଥିବାରୁ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ଉଦୟ ନାରାୟଣ ମାଝୀ,ତପନ ନାୟକଙ୍କ ଦ୍ବାରା ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ସେହି କର ସେବକମାନେ ହେଲେ ନବିନ ରାମ,ଅଶୋକ ଅଗ୍ରଓ୍ବାଲ,ରାମେଶ୍ବର ଅଧିକାରୀ,ସୁରଥ ପଟ୍ଟନାୟକ,ମନୋଜ ଦାସ,ନାନୁ ସାନ୍ଥାଳିଆ,ତିଳତ୍ତମା ରାମ,ଜଗନ୍ନାଥ ମହାନ୍ତ,ଅମ୍ବିକା ମହାରଣା,ନିରାକାର ମହାନ୍ତ,ଇନ୍ଦ୍ର ବାରିକ,ନେପାଳି ରାମ,ସୁରେଶ ରାମ,ଜଗନ୍ନାଥ ରାମ,ମନୋଜ ଚୌଧୂରୀ,ରୋହିତ ବୈଠା,ସଂଜୟ ମହାନ୍ତ, ପ୍ରଧାନ ଏବଂଆଉ କିଛି କର ସେବକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଜୟ ଶ୍ରୀ ରାମ ନାରାରେ ମନ୍ଦିର ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇ ଉଠିଥିଲା ।


