ମା ପଶ୍ଚିମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେଞ୍ଚୁରୀ ହିଟସ କ୍ଲବ ହାଟଡିହି ଚମ୍ପିୟନ

ହାଟଡିହି, (ବିକାଶ ବିଶ୍ୱାଳ):ଓରାଳି ଦକ୍ଷିଣସାହି ଠାରେ ଚାଲିଥିବା ମା ପଶ୍ଚିମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଫ୍ରେଣ୍ଡସ କ୍ଲବ ରାଣୀଗଡାକୁ ହରାଇ ସେଞ୍ଚୁରୀ ହିଟସ କ୍ଲବ ହାଟଡିହି ଚମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି ପ୍ରେଣ୍ଡସ କ୍ଲବ ରାଣୀଗଡା ନିର୍ଦ୍ଧାରିତ ୧୬ଓଭରରେ ୮ଉଇକେଟ ହରାଇ ୧୨୨ରନ ସଂଗ୍ରହ କରିଥିଲା । ୧୨୩ରନା ବିଜୟ ଲକ୍ଷନେଇ ପଡିଆକୁ ଓହ୍ଲାଇଥିବା ସେଞ୍ଚୁରୀ ହିଟସ କ୍ଲବ ଦ୍ରୁତ ଉଇକେଟ ହରାଇ ସଙ୍କଟରେ ପଡିଥିବାବେଳେ ଶେଷ ଦୁଇଟି ବଲରେ ୧୨ରନ ଆବଶ୍ୟକ ଥିବାବେଳେ ଦଳର ସୁଧାଶୁଂ ନାୟକ ଚିତାକର୍ଷକ ବ୍ୟାଟିଂ କରି ଦୁଇଟି ଛକା ମାରି ଦଳକୁ ବିଜୟୀ କରାଇଥିଲେ । ଅମ୍ପାୟାର ଭାବେ ବାଦଲ କୁମାର ସେଠୀ ଓ ଅରୁପ କୁମାର ଜେନା ମ୍ୟାଚ ପରିଚାଳନା କରିଥିବା ବେଳେ ଚିନ୍ତାମଣି ବାରିକ ସ୍କୋରର ଏବଂ ପବିତ୍ର ସେଠୀ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ଦାସ ଯୋଗଦେଇ ଚମ୍ପିୟନ ସ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିôତଲେ । ବାଦଲ କୁମାର ସେଠୀ, ଚିନ୍ତାମଣି ବାରିକ, ଦିପକ କୁମାର ସା, ଅବିନାଶ ନାୟକ, ଗୋପୀନାଥ ସେଠୀ, ଅରୁପ ରଞ୍ଜନ ଜେନା ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ