ଜିଲା ସଂଗ୍ରେସ ପକ୍ଷରୁ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ସୂଚନା ଅନୁସାରେ ସମ୍ପ୍ରତି ଓଡ଼ିଶାରେ ପ୍ରବଳ ଶୀତ ପ୍ରବାହର ଆହୁରି ବଢ଼ିବାକୁ ଯାଉଥିବା ବେଳେ ଗରିବ ଅସହାୟକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ସ୍ଥିତି ଆଣିବ ବୋଲି ଆଶଙ୍କା ଦେଖାଯାଇଛି । ଏଭଳି ସ୍ଥିତିରେ ବାଲେଶ୍ୱର ଜିଲ୍ଲା କଂଗ୍ର୍ରେସ ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ଖୋଲା ଆକାଶ ତଳେ ରାତ୍ରୀ ଯାପନ କରୁଥିବା ନିଃସହାୟ ଲୋକଙ୍କୁ କମ୍ବଳ ତଥା ଶୀତବସ୍ତ୍ର ବଣ୍ଟନ କରାଯାଇଛି । ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ତଥା ଲୋକସଭା ଆସନର ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ନିଃସହାୟ ବ୍ୟକ୍ତିଙ୍କୁ ଶୀତବସ୍ତ୍ର ବଂଟନ କରାଯାଇଥଲା । ଶୀତବସ୍ତ୍ର ବଣ୍ଟନ ବେଳେ ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ସତ୍ୟଶିବ ଦାସ, ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଜୀବନ ମହାପାତ୍ର, ଶାନ୍ତନୁ ମଲ୍ଲିକ, ଚନ୍ଦନ ମଲ୍ଲିକ, ସୌରଭ ବେହେରା, ନବପ୍ରସାଦ ଭୂୟାଁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ