ମା ରାମଚଣ୍ଡୀ, ବଟେଶ୍ୱର ଓ ଅଳେଶ୍ୱର ଶୈବ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଛତ୍ରପୁର ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ସହ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଭୀନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଛତ୍ରପୁର ଉପକଣ୍ଠ ମା ରାମଚଣ୍ଡୀ, ଗଞ୍ଜାମ ବ୍ଲକର ବଟେଶ୍ୱର ଓ ଅଳେଶ୍ୱର ଶୈବ ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ନିମନ୍ତେ ବିଧାୟକ ଶ୍ରୀ ବେହେରା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଏହା ସହିତ ଛତ୍ରପୁର ଓ ଗଞ୍ଜାମ ବ୍ଲକରେ ଚାଷୀ ମାନଙ୍କ ସୁବିଧା ନିମନ୍ତେ ସୌର ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ କିପରି କରାଯାଇପାରିବ, ଋଷିକୁଲ୍ୟା ବ୍ୟାରେଜ କାମ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକ୍ଷମ ହେବ, ହୁମ୍ମା ଶୁଖୁଆ ହାଟ, ଐତିହାସିକ ପୋତାଗଡ ଭଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବିଧାୟକ ଶ୍ରୀ ବେହେରା ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।


