ମା ସାଜିଲା ସଇତାନ , ୧୪ ମାସର ଶିଶୁକୁ ଗଳାକାଟି ହତ୍ୟାକଲା ମା

ମୁମ୍ବାଇ : (ଯୁଗାବ୍ଦ ନ୍ୟୁଜ୍): ଦୁନିଆର ସବୁଠୁ ନିରାପଦ ସ୍ଥାନ ହେଉଛି ମା କୋଳ ।ଏପରିକି ୁ ପିଲାର ଅଝଟ ଦୁଷ୍ଟାମି କୁ ସହ୍ୟ କରି ଲାଳନ ପାଳନ କରି ବଡ କରିଥାଏ ତେଣୁ କୁହାଯାଏ ଜୀବନରେ ଜନ୍ମ୍ଦାତ୍ରୀ ମାର ଋଣ କେହି କେବେ ସୁଝିପାରେନାହିଁ । ତେଣୁ ସେ ହେଉଛି ଆମର ମା । କିନ୍ତୁୁ ୧୪ ମାସର ଶିିଶୁର ଅଳି ଅଝଟ ସହ୍ୟ କରିନପାରି ନିଜର ୧୪ ମାସର ଶିଶୁ କୁ ହତ୍ୟା କରିଛି ମା । ଏଭଳି ଘଟଣା ମୁମ୍ବାଇର ନାସିକରେ ହୃଦୟବିଦାରକ ଘଟଣା ଘଟିଛି । ଏଭଳି ଘଟଣା ପରେ ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ନିଜର ଜନ୍ମଦାତ୍ରୀ ମା କିଭଳି ଏତେ ନିଷ୍ଠୁର ହୋଇପାରିଲା ତାହାକୁ ନେଇ ଚର୍ଚ୍ଚା ଚାଲିଛି । ନିଜର ୧୪ ମାସର ପୁତ୍ରକୁ ହତ୍ୟା କରଥିବା କଥା ି ପୋଲିସ ସାମ୍ନାରେ ସ୍ୱୀକାର କରିଛି । ଏହା ପରେ ପୋଲିସ ମହିଳା ଜଣଙ୍କୁ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ହେପାଜତରେ ରହିବ ବୋଲି ପୋଲିସ ଅଧିକାରୀ କହିଛନ୍ତି । ଏହା ସହ ପୋଲିସ ଗମ୍ଭିରତାର ସହ ଘଟଣାକୁ ନେଇ ତନ୍ନତନ୍ନ କରି ଘଟଣାର ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ