ପାଟକୁରା ବିଧାନସଭା ନିର୍ବାଚନରେ ୪୦ ବୁଥରେ ସିସି ଟିଭି,୫୨ରେ ମାଇକ୍ରୋ ଅବଜରଭର ଓ ୧୫ଟିରେ ଭିଡିଓଫଟୋଗ୍ରାଫି କରାଯିବ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ ) – ଆସନ୍ତା ୨୦ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୯୬-ପାଟକୁରା ବିଧାନସଭା ନିର୍ବାଚନ ମତଦାନ ସମୟରେ ମୋଟ ୩୦୯ଟି ବୁଥ ମଧ୍ୟରୁ ୪୦ଟି ବୁଥରେ ସିସି ଟିଭି ବ୍ୟବସ୍ଥା କରାଯାଇଥିବା ବେଳେ ୫୨ଟି ବୁଥରେ ମାଇକ୍ରୋ ଅବଜରଭର ରହିବା ବ୍ୟବସ୍ଥା ଏବଂ ୧୫ଟି ବୁଥରେ ଭିଡିଓଫଟୋଗ୍ରାଫି କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଡେପୁଟୀ କଲେକ୍ଟର (ନିର୍ବାଚନ) ସମ୍ବିତ ଶତପଥୀ ସୂଚନା ଦେଇଛନ୍ତି । ବୁଥ ନମ୍ବର ୮, ୧୦,୧୬, ୧୮,୧୯,୨୧,୨୩,୩୪, ୩୫, ୩୮, ୪୫, ୪୭, ୫୬, ୬୮, ୬୯, ୭୩, ୭୪, ୮୯, ୯୮, ୯୯, ୧୦୫, ୧୦୬, ୧୦୯, ୧୧୦, ୧୧୪, ୧୨୮, ୧୩୩, ୧୩୫, ୧୬୩, ୧୬୬, ୧୭୬, ୧୮୦, ୧୮୫, ୧୯୨, ୨୦୧, ୨୬୭, ୨୭୪, ୨୮୦, ୨୯୪, ୨୯୫ରେ ସିସିଟିଭି ଲଗାଯିବାର ବ୍ୟବସ୍ଥା ହୋଇଥିବା ବେଳେ ବୁଥ ନମ୍ବର ୩, ୧୨, ୧୪, ୨୮, ୩୧ , ୩୬, ୩୯, ୪୨, ୪୮, ୪୯, ୫୦, ୫୧, ୫୨, ୫୪, ୫୭, ୬୫, ୭୯, ୮୦, ୮୪, ୮୬, ୮୮, ୯୩, ୧୧୮, ୧୨୨, ୧୨୪, ୧୨୭, ୧୨୯, ୧୩୭, ୧୪୨, ୧୪୬, ୧୫୧, ୧୫୫, ୧୫୭, ୧୬୭, ୧୭୨, ୧୭୪, ୧୭୮, ୧୮୭, ୨୦୦, ୨୦୩, ୨୧୩, ୨୨୦, ୨୨୪, ୨୨୬, ୨୪୬, ୨୬୦, ୨୮୨, ୨୮୪, ୨୮୫, ୨୯୧, ୨୯୩ ଓ ୩୦୭ ନମ୍ବର ବୁଥରେ ମାଇକ୍ରୋ ଅବଜରଭର ବ୍ୟବସ୍ଥା ହୋଇଥିବା ବେଳେ ବୁଥ ନମ୍ବର ୧୯୫, ୧୯୬, ୨୦୫, ୨୧୫, ୨୧୮, ୨୨୭, ୨୩୦, ୨୪୨, ୨୪୭, ୨୪୯, ୨୫୭, ୨୭୦, ୨୭୭, ୨୮୮ ଓ ୨୯୬ ନମ୍ବର ବୁଥରେ ଭିଡିଓଫଟୋଗ୍ରାଫି କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଡେପୁଟୀ କଲେକ୍ଟର (ନିର୍ବାଚନ) ସମ୍ବିତ ଶତପଥୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ