ମିଠା ବାଣ୍ଟୁଛନ୍ତି ପ୍ରାର୍ଥୀ
ହାଟଡିହି, (ବିକାଶ ବିଶ୍ୱାଳ) :-ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟର ମାନଙ୍କୁ ଆକୃଷ୍ଟ କରିବାଲାଗି କିଏ କେତେ ପ୍ରକାର ପନ୍ଥା ଆପଣାଉ ଛନ୍ତି । କିଏ କେଉଁଠି ଭୋଟର ମାନଙ୍କୁ ମଦ ମାସଂ ବାଣ୍ଟୁଛନ୍ତି ତ ଆଉ କେଉଁଠି ଟଙ୍କା ବଣ୍ଟା ଯାଉଛି । କିନ୍ତୁ ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତରେ ଜଣେ ପ୍ରାର୍ଥୀ ଘରକୁ ଘର ବୁଲି ମିଠା ପ୍ୟାକେଟ ବାଣ୍ଟି ଭୋଟ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଏହି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ସସ୍ମିତା ଓଝା ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରୁଥିବାବେଳେ ଭୋଟର ମାନଙ୍କୁ ମିଠା ପ୍ୟାକେଟଟିଏ ସହିତ ନିଜର ପୁସିଙ୍ଗ କାର୍ଡ ଦେଇ ଭୋଟ ଭିକ୍ଷା କରୁଛନ୍ତି । ଭୋଟର ମାନେ ମୋର ବନ୍ଧୁ, ବନ୍ଧୁ ବାନ୍ଧବ ଘରକୁ ଗଲେ ଯେପରି ମିଠା ପ୍ୟାକେଟଟିଏ ନେଇ ଯିବାକୁ ହୁଏ ସେହିପରି ଭାବେ ମୁଁ ତାଙ୍କ ପାଖକୁ ଆସୁଛି ସେମାନେ ମୋତେ ବନ୍ଧୁ ଭଳି ଭାବୁଛନ୍ତି ବୋଲି ସସ୍ମିତା ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି । ଏହି ନିର୍ବାଚନରେ ସେ ବିଜୟୀ ହେବେ ବୋଲି ମଧ୍ୟ ଆଶାବାଦୀ ଅଛନ୍ତି ।


