ଭୋଟ ବର୍ଜନକୁ ବିତିଗଲା ପାଞ୍ଚବର୍ଷ : ତଥାପି ଶୁଣିଲାନି ପ୍ରଶାସନ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ କେବାଲିପାଳ ପଞ୍ଚାୟତର ବିଭିନ୍ନ ଗାଁକୁ ରାସ୍ତା ନିର୍ମାଣ ଦାବିରେ ଗ୍ରାମର ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଥିବା ଜଣାଯାଇଛି । ଏନେଇ ସେମାନେ ଜିଲ୍ଲାପ୍ରଶାସନ ଓ ବ୍ଲକ ପ୍ରଶାସନକୁ ଅବଗତି କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ କେ ବାଲିପାଳ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ପଞ୍ଚାୟତ ବାସୀ ଗତ ୨୦୧୭ ପଞ୍ଚାୟନ ନିର୍ବାଚନ ବର୍ଜନ କରିଥିଲେ । କିନ୍ତୁ ଏହାର ୫ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଇପାରି ନାହିଁ । ଫଳରେ ଏବେବି ଏହି ପଞ୍ଚାୟତର ଲୋକମାନେ ଯାତାୟତ କ୍ଷେତ୍ରରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ କେ ବାଲିପାଳର ପାଲବଣୀ ସାହିଠାରୁ କଅଁଳେଇବାଲିପାଳ, କେ ବାଲିପାଳରୁ ଡଙ୍ଗାବାହାଳି, ସରମୁଣ୍ଡି ରୁ ଯାଡ ଗୁଡିଆ ସାହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇ ଆସୁଛି । ଏନେଇ ପଞ୍ଚାତର ସରପଞ୍ଚଙ୍କ ଚିଠି ନଂ ଗତ୭/୧୦/୨୦୨୧ରେ ଜଂଗଲଜମି ଅଧିକାର ଆଇନ୍ର ୨୦୦୬ ଧାରା (୩) ଉପଧାରା (୨) ଅନୁଯାଇ ଏହିସବୁ ରାସ୍ତା ଯାହାକି ଆନୁମାନିକ ୯କିଲୋମିଟର ହେବ ତାହାର ନିର୍ମାଣ ପାଇଁ ବିଡିଓ ଏବଂ ଜଂଗଲ ବିଭାଗର ଅଧିକାରୀଙ୍କ ଦାବି କରାଯାଇଥିଲା । କିନ୍ତୁ ବିଭାଗୀୟ କର୍ତ୍ତୁପକ୍ଷ ଏଥିପ୍ରତି କୌଣସି ଦୃଷ୍ଟି ଦେଇ ନଥିଲେ । ରାସ୍ତା ନଥିବାରୁ ଏହିବସୁ ଗାଁର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗକରୁଥିବାବେଳେ ସରକାରଙ୍କ ବିଭିନ୍ନ ଜନହୀତକର ଯୋଜନାର ସୁଫଳତା ଲୋକମାନେ ପାଇବାରୁ ବଞ୍ଚିତ ହେଉଛନ୍ତି । ଯଦି ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନନିଏ ତେବେ ଡଙ୍ଗାବାହାଳି ଗ୍ରାମର ଲୋକମାନେ ଭୋଟ ବର୍ଜନ କରିବେ ବୋଲି ବିଷ୍ଣୁମୁର୍ମୁ, ଶ୍ରୀରାମ ପୁର୍ତ୍ତୀ, ରଞ୍ଜନ ପୁର୍ତ୍ତୀ, ଝୁନୁ ନାଇକ, ରଞ୍ଜିତା ହୋ, ମମତା ପୁର୍ତ୍ତୀ, ପ୍ରଜ୍ଞାନ ପୃଷ୍ଟି, ଚୈତନ ହୋ, ଲାଲୁ ଟୁଡୁ, ମମତା ପୁର୍ତ୍ତୀ ପ୍ରମୁଖ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।


