ମିରିଗାନ ମାସ୍କର ପ୍ରବଳ ଚାହିଦା
ଜୟପୁର,(ୱାଇଏନ୍ଏସ୍): କୋରନା ମହାମାରୀରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ମାସ୍କ ବ୍ୟବହାର କରୁଛନ୍ତି । ଆପଣ ସମ୍ବଲପୁରୀ ମାସ୍କ ଦେଖିଥିବେ, ଡାକ୍ତର ପରାମର୍ଶ ଦେଇଥିବା ମାସ୍କ ଦେଖିଥିବେ ହେଲେ ବର୍ତ୍ତମାନ କୋରାପୁଟ କୋଟପାଡ଼ ମିରିଗାନ ମାସ୍କ ତିଆରି କରିବା ଦେଖିବାକୁ ମିଳିଛି | କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳର ମିରିଗାନ ଶାଢ଼ୀ ଦେଶ ତଥା ବିଦେଶରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସେହିପରି ବର୍ତ୍ତମାନ କୋରନା ମହାମାରୀ ସମୟରେ ମିରିଗାନ ମାସ୍କର ମଧ୍ୟ ପ୍ରବଳ ଚାହିଦା ରହିଛି ।ଏହି ମାସ୍କ ପ୍ରାକୃତିକ ରଙ୍ଗ ଏବଂ ସୂତାରେ ତିଆରି ହୋଇଥିବା ଯୋଗୁଁ ଚର୍ମରେ କୌଣସି କ୍ଷତି ହୋଇନଥାଏ । କୋଟପାଡ଼ ଅଞ୍ଚଳର ମିରିଗାନ ସାହିର କିଛି ଯୁବତୀ ପ୍ରଥମେ ନିଜେ ବ୍ୟବହାର କରିବା ପାଇଁ ଗୋଟିଏ ଗୋଟିଏ ମାସ୍କ ପ୍ରସ୍ତୁତ କଲେ ତାହାକୁ ଦେଖି ଧୀରେ ଧୀରେ ମିରିଗାନ ମାସ୍କ ଏତେ ଚାହିଦା ବଢିଗଲା ଏବେ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଅର୍ଡର ଆସୁଛି । ଗୋଟିଏ ମାସ୍କ ତିଆରି କରିବା ପାଇଁ ୩୦ ମିନିଟ ସମୟ ଲାଗିଥାଏ । ପ୍ରତିଦିନ ୧୦୦ ରୁ ୧୫୦ ଟି ମାସ୍କ ତିଆରି କରନ୍ତି | ଏହି ଯୁବତୀ ମାନେ ଗୋଟିଏ ମାସ୍କର ମୂଲ୍ୟ ୧୪୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ଯାଏଁ ରହିଛି । ସୁଲଭ ମୂଲ୍ୟ ଏବଂ ନିରାପଦ ଥିବା ଯୋଗୁଁ ଲୋକେ ଏବେ ମିରିଗାନ ମାସ୍କ ହିଁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର, କୋଲକତା, ମୁମ୍ବାଇ, ଦିଲ୍ଲୀରେ ମଧ୍ୟ ମିରିଗାନ ମାସ୍କର ଚାହିଦା ରହିଥିବା କହିଛନ୍ତି । କୋରନା କଟକଣା ମଧ୍ୟରେ କୋଟପାଡ଼ ଅଞ୍ଚଳର ମିରିଗାନ ବସ୍ତ୍ର ଆଉ ବିକ୍ର ହୋଇପାରିଲା ନାହିଁ । ଶେଷରେ କିଛି ଯୁବତୀ ମିଶି ମିରିଗାନ ବସ୍ତ୍ରରେ ମାସ୍କ ତିଆରି କରିବା ଆରମ୍ଭ କଲେ ଧୀରେ ଧୀରେ ଏତେ ଚାହିଦା ବଢିଗଲା ଯେ ଏବେ ଠିକରେ ମାସ୍କ ଯୋଗାଇ ପାରୁନାହାନ୍ତି । ବିଭିନ୍ନ ଡିଜାଇନର ମାସ୍କ ପ୍ରସ୍ତୁତ କରୁଛନ୍ତି ସେଥିପାଇଁ ଲୋକେ ଆଉ କମ୍ପାନୀ ମାସ୍କକୁ ବ୍ୟବହାର ନ କରି ଏହି ମିରିଗାନ ମାସ୍କ ପ୍ରତି ଆକୃଷ୍ଟ ହେଉଛନ୍ତି । ଏହି ମାସ୍କ ତିଆରି କରି ଦୁଇ ପଇସା ରୋଜଗାର କରି ଯୁବତୀ ମାନେ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି ।