ମିଲିପ୍ରିୟାଙ୍କୁ ହତ୍ୟା କରିବା ପରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସ୍ମୃତିରଞ୍ଜନ

କାକଟପୁର,(ଶୁଭାଶିଷ ଖଣ୍ଡୁଆଳ): ଚଳିତ ମାସ ୧୫ ତାରିଖ ବିଳମ୍ବିତ ରାତ୍ରରେ କାକଟପୁର ଥାନା ଅଧିନସ୍ଥ ଶଙ୍କରେଶ୍ୱର ଠାରେ ଘଟିଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର ଆଉ ଏକା ଟ୍ଵିଷ୍ଟ ସାମ୍ନାକୁ ଆସିଛି, ହତ୍ୟାକାରୀ ଭଣଜା ସ୍ମୃତିରଞ୍ଜନ ମାଇଁ ଲିଲିପ୍ରିୟାଙ୍କ ସାନଭଉଣୀ ମିଲିପ୍ରିୟାଙ୍କୁ ହତ୍ୟାକରିବା ପରେ ନିଜେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି, ଅଭିଯୁକ୍ତ ସ୍ମୃତିରଞ୍ଜନ ମିଲିପ୍ରିୟାଙ୍କ ସହିତ ବଚସା ହେବାପରେ ତାଙ୍କୁ ହତ୍ୟାକରି ଘାସମରା ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିବାପରେ ନିକଟସ୍ଥ ଏକ ପରିତ୍ୟକ୍ତ ବିଲରେ ପଡ଼ିଥିଲେ, ପୋଲିସ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ବାଙ୍ଗୁରୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ, ପରେ ଅବସ୍ଥା ଗୁରୁତର ହେବାରୁ ଅଭିଯୁକ୍ତ ସ୍ମୃତିରଞ୍ଜନ କୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି ବୋଲି କାକଟପୁର ପୋଲିସ ସେଠାରେ ଉପସ୍ଥିତ ଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ